ଶ୍ରୀଅନ୍ନ ଅଭିଯାନ ଓ ମିଲେଟ ଖାଦ୍ୟ ମହୋତ୍ସବ

 ଚମ୍ପୁଆ : ରାଜ୍ୟ ସରକାରଙ୍କର କୃଷି ଓ କୃଷକ ସଶକ୍ତି କରଣ ବିଭାଗ ଦ୍ୱାରା ଆଜି ଚମ୍ପୁଆ ଉପଖଣ୍ଡର ପାଞ୍ଚପୋଖରିଆଠାରେ ବ୍ଲକସ୍ତରୀୟ ଶ୍ରୀଅନ୍ନ ଅଭିଯାନ ଓ ମିଲେଟ ଖାଦ୍ୟ ମହୋସôବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କୃଷି ଜିଲାଧିକାରୀ ସତ୍ୟବାନ ସୋରେନ ଯୋଗଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ କୃଷି ଅଧିକାରୀ ସାରଦା ହାଂସଦା, ସହକାରୀ କୃଷିଧିକାରୀ ରମାମଣୀ ସାହୁ, କୃଷି ଅଧିକାରୀ ଜାମିନୀ ନାଏକ, ବ୍ଲକ ସଂଯୋଜକ ଦେବିଲାଲ ଭୁୟାଁ ପ୍ରମୁଖ ଯୋଗଦେଇଥିଲେ । ଜିଲାରେ ପୃଷ୍ଟି ଶସ୍ୟର ଉତ୍ପାଦନ ବୃଦ୍ଧି ପାଇଁ ସହଯୋଗୀ ସଂସ୍ଥା ସୃଷ୍ଟି, ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଏବଂ ଆତ୍ମା କେନ୍ଦୁଝରଙ୍କ ସହାୟତାରେ ଜିଲାରେ ମିଲେଟର ବହୁଳ ଉତ୍ପାଦନ ଓ ବ୍ୟବହାର ଉପରେ ଅତିଥିମାନେ ଗୁରୁତ୍ୱାରୋପ କରିଥିଲେ । ଶ୍ରୀ ଅନ୍ନ କହିଲେ ମାଣ୍ଡିଆକୁ ବୁଝାଏ ଯାହାକି ଅନେକ ପୋଷକତତ୍ୱରେ ଭରପୁର ହୋଇ ରହିଛି, ଯାହାର ବିକଳ୍ପ ନାହିଁ । ସମୟ ଥିଲା ମାଣ୍ଡିଆ କେବଳ ଗରିବ ଶ୍ରେଣୀର ଖାଦ୍ୟ ଅଭାବରେ ସିମୀତ ଥିଲା । କିନ୍ତୁ ସରକାରଙ୍କ ପ୍ରସôାହନ ଫଳରେ ଆଜି ଧନୀକ ଶ୍ରେଣୀର ଜନତାଙ୍କ ଭିତରେ ଏହା ଏକ ପ୍ରିୟ ଖାଦ୍ୟ ହୋଇପାରିଛି । ଏପରିକି ସଂସଦରେ ମଧ୍ୟ ବିଭିନ୍ନ ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରାଯାଉଛି । ମିଲେଟର ଉତ୍ପାଦନ ଓ ବ୍ୟବହାର ବୃଦ୍ଧି ପାଇଁ ସରକାରଙ୍କ ତରଫରୁ କୃଷକମାନଙ୍କୁ ବିଭିନ୍ନ ପ୍ରକାର ପ୍ରସôାହନ ଦିଆଯାଉଛି । ଆଜିର ଏହି କାର୍ଯ୍ୟକ୍ରମରେ ଅଂଚଳର ଅନେକ ଚାଷୀ ସ୍ୱଂୟ ସହାୟକ ଗୋଷ୍ଠିର ମା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।