ଈଶ୍ୱରୀୟ ସ୍ନେହମିଳନ କାର୍ଯ୍ୟକ୍ରମ

 ଆସିକା : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ସାଧନା ଭବନ କଲେଜ ଛକ ଆସିକା ଠାରେ ଈଶ୍ୱରୀୟ ସ୍ନେହ ମିଳନ ଓ ସପ୍ତାହ ବ୍ୟାପି ରକ୍ଷା ବନ୍ଧନ କାର୍ଯ୍ୟକ୍ରମ  ରାଜଯୋଗିନୀ ବ୍ରହ୍ମାକୁମାରୀ ଶ୍ରୀମତୀ ଭଉଣୀଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସନ୍ତୋଷ କୁମାର ସେଠି, ସରୋଜ କୁମାର ନାୟକ,ବିଚିତ୍ର ବିହାରୀ ଦାସ, ପ୍ରଶାନ୍ତ କୁମାର ବେହେରା ସମୀର କାନ୍ତ ନାୟକ, ପ୍ରମୁଖ ମଞ୍ଚାସିନ ଥିଲେ । ସୁଦାମ ବାଡ଼ତ୍ୟା ବେଣିଆ ମଞ୍ଚ ପରିଚାଳନା କରିଥିବା ବେଳେ  ଶରତ କୁମାର ନାୟକ, ରାମନାଥ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ । ବ୍ରହ୍ମା କୁମାରୀ ଶ୍ରୀମତୀ ଭଉଣୀ, ବ୍ରହ୍ମାକୁମାରୀ ଶ୍ୱେତାଲେନି ଭଉଣୀ, ବ୍ରହ୍ମାକୁମାରୀ ସଜନୀ ପରମାତ୍ମାଙ୍କର ରକ୍ଷା ସୂତ୍ର ରାଖୀ ବାନ୍ଧି ଥିଲେ ।  ଏହାସହିତ  କୋଟିନାଡ଼ା ଥାନା ଅଧିକାରୀ ଭ୍ରାତା ଦାମୋଦର ରାଓ ଏବଂ ସମସ୍ତ ପୁଲିସ ଅଧିକାରୀଙ୍କୁ ରାକ୍ଷୀ ବନ୍ଧା ଯାଇଥିଲା ।