୬ ବାଲି ବୋଝେଇ ହାଇୱା ଜବତ

 ବ୍ରହ୍ମବରଦା:  ବ୍ରାହ୍ମଣୀ ନଦୀରୁ ବଢି ପାଣି ଛିଡିଲା ପରେ ବ୍ରହ୍ମବରଦା ଥାନାଞ୍ଚଳରେ ବାଲି ମାଫିଆ ବେଶ ସକ୍ରିୟ ହୋଇଉଠିଛନ୍ତି । ଯାହାଫଳରେ ବିଭିନ୍ନ ବେଆଇନ ବାଲି ଘାଟରୁ ଏବେ ଦିନ ରାତି ବାଲି ଲୁଟ କରିବାରେ ଲାଗି ପଡ଼ିଛନ୍ତ । ଏହି କ୍ରମରେ ଶନିବାର ବିଳମ୍ବିତ ରାତିରେ ଜିଲ୍ଲା ଖଣି ବିଭାଗ ପକ୍ଷରୁ ଚଢାଉ କରାଯାଇ ବରୁଆଁ-ବାଲିଚନ୍ଦ୍ରପୁର ମୁଖ୍ୟ ରାସ୍ତାର ବ୍ରହ୍ମବରଦା ବଜାରଘାଟ ବ୍ରିଜ ନିକଟରୁ ୬ଟି ଚୋରା ବାଲି ବୋଝେଇ ହାଇୱା ଗାଡିକୁ ଜବତ କରି ବ୍ରହ୍ମବରଦା ଥାନାକୁ ହସ୍ତାନ୍ତର କରାଯାଇଛି । ପ୍ରକାଶ ଥାଉକି ବ୍ରହ୍ମବରଦା ଅଞ୍ଚଳରେ ମାଳମାଳ ବେଆଇନ ବାଲିଘାଟ ଚାଲୁଥିବା ନେଇ ବାରମ୍ବାର ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଆସୁଛନ୍ତି । ଗତ ଶନିବାର ବିଳମ୍ବିତ ରାତିରେ ଜିଲ୍ଲା ଖଣି ବିଭାଗ ପକ୍ଷରୁ ଏକ ଟିମ ବ୍ରହ୍ମବରଦା ବେଆଇନ ଘାଟ ଗୁଡିକ ଉପରେ ଚଢଉ କରି ବ୍ରହ୍ମବରଦା ବଜାର ଘାଟ ବ୍ରିଜ୍ ନିକଟରୁ ଚୋରା ବାଲି ବୋଝେଇ ୬ଟି ହାଇବା ଗାଡି ନମ୍ବର ଓଡି୨୨ଏକ୍ସ ୬୩୮୧, ଓଡି୦୯ଜେ ୭୬୭୮, ଓଡି୦୧-ଏଏସ-୬୯୬୯, ଓଡି୦୧-ଏୟୁ-୩୯୩୧,ଓଡି୦୧-ଏକୁ୍ୟ-୦୯୧୬କୁ ଜବତ କରି ବ୍ରହ୍ମବରଦା ଥାନାକୁ ହସ୍ତାନ୍ତର କରିଥିବା ଜିଲା ଖଣି ଅଧିକାରୀ ଯସକେତନ ସେଠୀ ସୂଚନା ଦେଇଛନ୍ତି । କିନ୍ତୁ ଏନେଇ କୈାଣସି ଜରିମାନ ହୋଇ ନଥିବା ବେଳେ ଆସନ୍ତା ଦୁଇଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ଖଣି ଅଧିକାରୀ କହିଛନ୍ତି ।