ବରା ଦିବସ ପାଳନ 

ବରା ଦିବସ ପାଳନ 

ଢେଙ୍କାନାଳ: ଢ଼େଙ୍କାନାଳ ସଚେତନ ନାଗରିକ ଫୋରମ୍ ଆନୁକୁଲ୍ୟରେ ବରା ଦିବସ ଅପ୍ରେଲ ୭ ତାରିଖରେ ସୂର୍ଯ୍ୟ କନଭେସନ ଠାରେ ଫୋରମ୍ର ସଭାପତି ଆଇନଜୀବୀ ସୁରେନ୍ଦ୍ର କୁମାର ମିଶ୍ରଙ୍କ ନେୃତ୍ୱରେ ପାଳିତ ହୋଇଯାଇଛି । 
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର ଯୋଗ ଦେଇଥିବା ବେଳେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ, ଅକ୍ଷୟ କୁମାର ମହାନ୍ତି, ହର୍ଷବର୍ଦ୍ଧନ ସିଂହ ଦେଓ, ସୁନିଲ୍ ଶର୍ମା, ବାବୁଚାନ୍ଦ୍ ମହାଳିକ, କଲ୍ୟାଣ କୁମାର କାନୁନଗୋ, ସାମ୍ବାଦିକ ସଂଘର ସଭାପତି ପ୍ରସନ୍ନ କୁମାର ପଟ୍ଟନାୟକ, ଓକିଲ ସଂଘ ସମ୍ପାଦକ ଟଙ୍କଧର ବେହେରା, ବଣିକ ସଂଘ ସଭାପତି ରାଜେନ୍ଦ୍ର ଦାସ, ଫୋରମ୍ର ମାର୍ଗ ଦର୍ଶକ ଭିକାରୀ ଚରଣ ରାଉତ, ପଙ୍କଜ ନାୟକ, ଥିଙ୍କର୍ସ ଫୋରମ୍ର ସଭପତି ସୋମେନ୍ଦୁ ଶତପଥି, ଫୋରମର ଉପ ସଭାପତି ଦୀପକ ପ୍ରସାଦ ପଟ୍ଟନାୟକ ତଥା ସମାଜର ସବୁ ବର୍ଗର ନାଗରିକମାନଙ୍କ ଉପସ୍ଥିତିରେ ବରା ଦିବସ ପାଳନ କରାଯାଇଥିଲା । ଆମ ଢ଼େଙ୍କାନାଳ ମାଟିର ବିରିବରାକୁ ଗୁଡ଼ିଆ ଘରର ପୁଅମାନେ ବର୍ଷ ବର୍ଷ ଧରି ତିଆରି କରି ବିକ୍ରି କରୁଥିଲେ । ଏହି ବିରିରେ ତିଆରି ହୋଇଥିବା ବରାକୁ ଗରିବ ଲୋକମାନେ ବେଶୀ ପସନ୍ଦ କରୁଥିଲେ । ବରା କେବଳ ଢ଼େଙ୍କାନାଳ ନୁହଁ ବରଂ ଆମ ଓଡ଼ିଶା ସହିତ ସାରା ଭାରତବର୍ଷରେ ଖ୍ୟାତି ଅର୍ଜନ କରିସାରିଛି । ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକର୍ତ୍ତା ଅମ୍ବିକା ମିଶ୍ର, ମନ୍ମଥ ରାଓ, ଉଦୟନାଥ ବେହେରା, ଅଶୋକ ସ୍ୱାଇଁ, ବନଜା ମାନସିଂହ ପ୍ରମୁଖଙ୍କ ତତ୍ତା୍ୱବଧାନରେ ପ୍ରାୟ ୭୦୦ ରୁ ଅଧିକ ଲୋକ ଗରମ ବରା ଓ ତା ସାଙ୍ଗକୁ ଘୁଗୁନିର ମଜା ଉଠାଇଥିଲେ । ଏହି ଅବସରରେ ଦାବି ହୋଇଥିଲା ଯେ, ଢ଼େଙ୍କାନାଳର ବରାକୁ ଜିଆଇ ଟ୍ୟାଗ୍ ମିଳୁ । ଏହି କାର୍ଯ୍ୟକ୍ରମରେ ଫୋରମ୍ର ମହିଳା ଶାଖା, ଡିସିସି ପ୍ଲେ ସ୍କୁଲ୍, ନଗର ଶାଖା, ସଦର ଶାଖା, ଇଂଲିଶ କ୍ଲବ୍ର ଶତାଧିକ ସଦସ୍ୟ ଉପସ୍ଥିତ ଥିଲେ  ।