ସଂସ୍କୃତ ସପ୍ତାହ ଉଦ୍ୟାପିତ
ନୂଆପଡା : ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ସଂସ୍କୃତ ବିଭଗ ପକ୍ଷରୁ ସଂସ୍କୃତ ସପ୍ତାହ ଉଦ୍ୟାପନୀ ସମାରୋହ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ବିଭାଗୀୟ ଅଧ୍ୟାପିକା ଆନନ୍ଦିନୀ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଯୁକ୍ତ ଦୁଇ ଅଧ୍ୟକ୍ଷ ଡ଼ ରଣବୀର ସିଂହ, ଛାତ୍ର କଲ୍ୟାଣ ଅଧିକାରୀ ଅଧ୍ୟାପିକା ଗୀତାଶ୍ରୀ ପ୍ରିୟମ୍ବଦା, ଛାତ୍ର କଲ୍ୟାଣ ସହଅଧିକାରୀ ଅଧ୍ୟାପିକା ସାଗରିକା ପଣ୍ଡା, ଅଧ୍ୟାପକ ଡ଼ ସରୋଜ କୁମାର ପଣ୍ଡା ପ୍ରମୁଖ ମଞ୍ଚରେ ଉପସ୍ଥିତ ରହି ସଂସ୍କୃତ ଭାଷାର ଗୁରୁତ୍ୱ, ଆବଶ୍ୟକତା, ମହାନତା ସମ୍ପର୍କରେ ଆଲୋଚନା କରିଥିଲେ । ଉକ୍ତ ପରିପ୍ରେକ୍ଷୀରେ ସଂସ୍କୃତ ଭାଷାର ସାଧାରଣ ଜ୍ଞାନ ପରୀକ୍ଷା ପ୍ରତିଯୋଗିତା କରାଯାଇଥିଲା । ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡା ସଂସ୍କୃତ ସପ୍ତାହ ପାଳନର ସଫଳତା ନିମନ୍ତେ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ । ଛାତ୍ର ସରୋଜ କୁମାର ବାଗ ଧନ୍ୟବାଦ ଅର୍ପଣ କରିଥିଲେ ।