ସତ୍ୟସାଇ ବାବାଙ୍କ ଜନ୍ମ ଶତବାର୍ଷିକ
ବାଲିଚନ୍ଦ୍ରପୁର: ଶ୍ରୀ ସତ୍ୟସାଇ ସେବା ଓଡ଼ିଶା ଆନ୍ୟୁକୁଲରେ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ଜନ୍ମ ସତବାର୍ଷିକ ଉପଲକ୍ଷେ ଦିବ୍ୟ ପାଦୁକା ଯାତ୍ରା ପାଳିତ ହୋଇଯାଇଛି । ବାଲିଚନ୍ଦ୍ରପୁରସ୍ଥ ହନୁମାନ ମନ୍ଦିର ପରିସରରେ ଶ୍ରୀ ସତ୍ୟସାଇ ନିର୍ମଳଝର ଶ୍ରୀ ସତ୍ୟସାଇ ସେବା ସଂଗଠନ କଟକ ଜିଲ୍ଲାର ସଭାପତି ବିଚିତ୍ରାନନ୍ଦ ମହାନ୍ତି, ରାଜ୍ୟ ସଂଗଠନର ଟ୍ରଷ୍ଟ ସଭ୍ୟ ରଶ୍ମିରାଞ୍ଜନ ରାୟ, ବାଲିଚନ୍ଦ୍ରପୁରର ଆବାହକ ସୁନିଲ କୁମାର ମହାନ୍ତି ଓ ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ । ଗତ ୩୧ତାରିଖରୁ ଆରମ୍ଭ ହୋଇଥିବା ଭଗବାନ୍ ଶ୍ରୀ ସତ୍ୟସାଇଙ୍କ ଦିବ୍ୟ ପାଦୁକା ଯାତ୍ରା ବାଲିଚନ୍ଦ୍ରପୁର ସେବା ସମିତି ସଦସ୍ୟ ଗୁଣୁପୁର ଭଜନ ମଣ୍ଡଳୀର ସଦସ୍ୟ ଏବଂ ବାଳବିକାଶର ଛାତ୍ରଛାତ୍ରୀଙ୍କ ଗହଣରେ ମୂଲବସନ୍ତ ଠାରୁ ଆରମ୍ଭ ହୋଇ ଗୁଣୁପୁର, କୁସୁପୁର, ବାଲିଚନ୍ଦ୍ରପୁର, ପଣସପୁର ପ୍ରଭୁତି ଗ୍ରାମ୍ୟ ପରିକ୍ରମା କରି ପତରାଜପୁର ସାଇ ମନ୍ଦିରରେ ରାତ୍ରି ଅବସ୍ଥାନ କରି ପତରାଜପୁର, ନଡିଆସାହସପୁର, ସୋରଳ, ଅକରପଡା, ନଳୀପୁର, ରୁକୁଟିପାଟ, ରାତ୍ରି ଅବସ୍ଥାନ ପତରାଜପୁର ସାଇ ମନ୍ଦିରର ସମ୍ମୁଖରେ କରାଯାଇଥିଲା । କର୍ଯ୍ୟକ୍ରମକୁ ବହୁ ସଂଖ୍ୟାରେ ସାଇ ସଂଗଠନର ସଦ୍ୟସ ଓ ସାଇ ଶ୍ରଦ୍ଧାଳୁ ସହଯୋଗ କରିଥିଲେ ।