ଜିଲ୍ଲାସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା  

 ଦେବଗଡ଼: ପାରମ୍ପରିକ ଚାଷ ଛାଡ଼ି ଉନ୍ନତ ଜ୍ଞାନ କୌଶଳ ଏବଂ କୃଷି ଯନ୍ତ୍ରପାତି ବ୍ୟବହାର କରି ଉଦ୍ୟାନ କୃଷି ଦ୍ୱାରା ଚାଷୀ ସ୍ୱାବଲମ୍ବୀ ହୋଇ ପାରୁଛନ୍ତି । ଉଦ୍ୟାନ କୃଷି କ୍ଷେତ୍ରରେ ଚାଷୀଙ୍କୁ ସାହାଯ୍ୟର ହାତ ବଢାଇବା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଦେବଗଡ ଜିଲ୍ଲାର ଚାଷୀ ମଧ୍ୟରେ ଧିରେ ଧିରେ ଉଦ୍ୟାନ କୃଷି ପ୍ରତି ଆକର୍ଷିତ ହେଉଥିବା ବେଳେ ଲକ୍ଷାଧିକ ଟଙ୍କା ରୋଜଗାର କରିବାରେ ସକ୍ଷମ ହୋଇ ପାରିଛନ୍ତି  । ଜିଲ୍ଲା ମହୋସôବ "ଉସôବ ପ୍ରଧାନପାଟ’ ଉପଲକ୍ଷେ ଦେବଗଡ଼ ସହକାରୀ ଉଦ୍ୟାନ କୃଷି ନିଦେ୍ର୍ଦଶକଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଉଦ୍ୟାନ କୃଷି କର୍ମଶାଳାରେ ମଞ୍ଚାସୀନ ଥିବା ଅତିଥି ମତ ରଖିଥିଲେ । ଏହି ଅବସରରେ ସହକାରୀ ଉଦ୍ୟାନ କୃଷି ନିଦେ୍ର୍ଦଶକ ଅନ୍ତର୍ଯ୍ୟାମୀ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ, କୃଷି ବିଜ୍ଞାନ କେନ୍ଦ୍ର ମୁଖ୍ୟ ବୈଜ୍ଞାନିକ ମାନସୀ ଭୋଳ, ଶିଳ୍ପକେନ୍ଦ୍ର ପ୍ରତିଷ୍ଠାନ ଜେନେରାଲ ମ୍ୟାନେଜର ରମେଶ ପଟେଲ ଏବଂ ତିଲେଇବଣି ବ୍ଲକ୍ କୃଷି ଅଧିକାରୀ ମନୋଜ ମାରାଣ୍ଡି ଅତିଥି ଭାବେ ମଞ୍ଚାସୀନ ରହି ନିଜ ନିଜ ବିଭାଗ ଅଧିନରେ ଚାଷୀଙ୍କୁ ସ୍ୱାବଲମ୍ବୀ ପାଇଁ କାର୍ଯ୍ୟକାରୀ ହେଉଥିବା ଯୋଜନା ଉପରେ ଆଲୋକପାତ କରିଥିଲେ । ରିଆମାଳ ସହକାରୀ ଉଦ୍ୟାନ କୃଷି ଅଧିକାରୀ ସୌଭାଗ୍ୟ ସାହୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଜିଲ୍ଲା ମହୋସôବ ଉସôବ ପ୍ରଧାନପାଟରେ ଉଦ୍ୟାନ କୃଷି ବିଭାଗ ଦ୍ୱାରା ଖୋଲା ଯାଇଥିବା ପ୍ରଦର୍ଶନୀ ଷ୍ଟଲରେ ଜିଲ୍ଲାର ୧୫୨ ଜଣ ଉଦ୍ୟାନ ଚାଷୀ ଉତ୍ପାଦନ କରୁଥିବା ଫୁଲ, ଫଳ ଏବଂ ପନିପରିବା ପ୍ରଦର୍ଶିତ କରାଯାଇଥିବା ବେଳେ ଶ୍ରେଷ୍ଠ ୫୦ ଜଣ ଚାଷୀଙ୍କୁ ମାନପତ୍ର ଏବଂ ପୁରସ୍କାର ପ୍ରଦାନ ପୂର୍ବକ ଆଜି ସମ୍ମାନୀତ କରାଯାଇଥିଲା । ଶେଷରେ ସହକାରୀ ଉଦ୍ୟାନ କୃଷି ଅଧିକାରୀ କିରଣ କୁମାର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।