ହିମାଳୟର ୱର୍ଲଡ ଅଫ ନିମ୍ ବ୍ରଣ ଦୂର କରିବ

 ଭୁବନେଶ୍ୱର : ୨୫ ବର୍ଷରୁ ଅଧିକ ସମୟ ଧରି ହିମାଳୟ ୱେଲ୍ନେସ୍ ବ୍ରଣକୁ ନେଇ ସଂଘର୍ଷ କରୁଥିବା ନିୟୁତାଧିକ ଯୁବ ଭାରତୀୟଙ୍କ ନିମନ୍ତେ ନିମର ଶକ୍ତି ଜରିଆରେ ଏକ ବିଶ୍ୱସନୀୟ ସାଥୀ ହୋଇ ରହିଆସିଛି  । ଏହି ପରମ୍ପରାକୁ ଆଗେଇ ନେଇ ବ୍ରାଣ୍ଡ୍ ତ୍ୱଚା ଯନô ଓ ଆତ୍ମବିଶ୍ୱାସ ପ୍ରସଙ୍ଗରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଆରମ୍ଭ ନିମନ୍ତେ ବ୍ରଣ ସମ୍ପର୍କିତ ସକାରାତ୍ମକ ଦିବସ ପାଳନ ପୂର୍ବରୁ  ‘ଦି ୱର୍ଲଡ ଅଫ ନିମ’ର ଉଦ୍ଘାଟନୀ ଉସôବ ଆୟୋଜନ କରିଛି । ପ୍ରାୟ ପ୍ରତି ୫ଜଣ ଯୁବ ଭାରତୀୟଙ୍କ ମଧ୍ୟରୁ ୪ଜଣ କୁହନ୍ତି ଯେ ବ୍ରଣ କାରଣରୁ ସେମାନେ ସାମାଜିକ ବ୍ୟବସ୍ଥାରେ ନିଜକୁ କମ୍ ଆତ୍ମବିଶ୍ୱାସୀ ମନେକରନ୍ତି ଓ ୨୦ କୋଟିରୁ ଅଧିକ ନାବାଳକନାବାଳିକା ଏବଂ କିଶୋରକିଶୋରୀ ବ୍ରଣକୁ ନେଇ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେଥିପାଇଁ ବ୍ରଣ ସମ୍ପର୍କିତ ସକାରାତ୍ମକ ଦିବସ ପାଳନ କରାଯାଉଛି । ଯାହା ଏହାକୁ ନେଇ ରହିଥିବା କଳଙ୍କରେ ପରିସମାପ୍ତି ଘଟାଇବ ବୋଲି ଚର୍ମରୋଗ ବିଶେଷଜ୍ଞ, କସ୍ମେଟୋଲୋଜିଷ୍ଟ ଓ ଆସ୍ଥେଟିକ ମେଡିସିନ ବିଶେଷଜ୍ଞ ଡା.ରଶ୍ମୀ ସେଟ୍ଟି ଓ ହିମାଳୟ ୱେଲ୍ନେସ୍ କଞ୍ଜୁ୍ୟମର ପ୍ରଡକ୍ଟସ୍ ଡିଭିଜନ ବିଜିନେସ ଡାଇରେକ୍ଟର ରାଜେଶ କ୍ରିଷ୍ଣମୂର୍ତ୍ତି କହିଛନ୍ତି ।