ସମାଜରେ ଗୋଷ୍ଠୀଗତ ପ୍ରବଞ୍ଚନା
ପଙ୍କଜ କୁମାର ପାଣିଗ୍ରାହୀ : ଗୋଷ୍ଠୀ ବା ଦଳ କହିଲେ ଆଜି ଦିନରେ ପ୍ରାୟତଃ ସମସ୍ତେ ବୁଝନ୍ତି କେବଳ ରାଜନୈତିକ ଦଳ । ବିଡମ୍ବନାର ବିଷୟ ଯେ ଆମ ଦେଶର ସାଧାରଣ ଲୋକେ ସମାଜର ବିଭିନ୍ନ ମାଧ୍ୟମରେ ଭାସି ଆସୁଥିବା ବିଭିନ୍ନ ସୋପାନର ଭିନ୍ନ ଭିନ୍ନ ବିଷୟ ଗୁଡିକୁ କୌଣସି ତର୍ଜମା କିମ୍ବା ଅନୁଶୀଳନ ନକରି ଗ୍ରହଣ କରିଥା’ନ୍ତି ଏବଂ ପରବର୍ତ୍ତୀ ସମୟରେ ସେଗୁଡିକ ଜ୍ଞାନର ଉତ୍ସ ଭାବେ ଜଣେ ଅନ୍ୟ ଜଣକୁ ବିତରଣ ମଧ୍ୟ କରିଥା’ନ୍ତି ! ଫଳତଃ ସମାଜରେ ସତ୍ୟ ହେଉ କି ଅସତ୍ୟ ଯେ କୌଣସି ଗୋଟିଏ ବିଷୟକୁ ନିର୍ଦ୍ୱନ୍ଦ୍ୱରେ ପ୍ର·ର ପ୍ରସାର କରିବାରେ ଯେକୌଣସି ବ୍ୟକ୍ତି ସମର୍ଥ ହେଉଛନ୍ତି ! ଆମର ଏହି ନିଛନ୍ଦ, ନିଷ୍କପଟ ମନୋଭାବ ତଥା ତର୍ଜମା ବିହୀନ ଗ୍ରହଣୀୟତା ସମାଜର କ୍ରୁର ଚତୁର ବର୍ଗର ଲୋକଙ୍କୁ ସୁଯୋଗ ଦେଉଛି ସହଜରେ ନିର୍ବୋଧଙ୍କୁ ପ୍ରତାରିତ କରି ସ୍ୱାର୍ଥ ହାସଲ କରିବା ପାଇଁ । ଏହି କ୍ରମରେ ସମାଜରେ କେତେବେଳେ ଏକକ ବ୍ୟକ୍ତି ବିଶେଷ ହେଉ କିମ୍ବା କୌଣସି ଗୋଟିଏ ଦଳଗତ ଅନୁଷ୍ଠାନ ମାଧ୍ୟମରେ ସାଧାରଣ ନିରୀହ, ନିଷ୍କପଟ ଜନତା ବ୍ୟାପକ ପ୍ରତାରଣା ସହିତ ସାଙ୍ଘାତିକ ଲୁଣ୍ଠନର ଶିକାର ମଧ୍ୟ ହେଉଛନ୍ତି । ଏଠାରେ ଉଲ୍ଲେଖନୀୟ ବିଷୟ ଏହା କି ଯେ ବିଭିନ୍ନ ଗଣମାଧ୍ୟମରେ ପ୍ର·ର ପ୍ରସାର କରାଯାଉଥିବା ବିଜ୍ଞାପନ ଗୁଡିକ ଦେଖି ଅନେକ ସୂଚନା ପାଇଥାଉ ଯାହା ସବୁ ସମ୍ପୂର୍ଣ୍ଣ ଭାବେ ଆମ ମନ ମାନସରେ ଗ୍ରହଣୀୟ ହୋଇଥାଏ । ଏକ ନିରୋଳା ନିଛନ୍ଦ ବି·ର ଆମର ରହିଥାଏ ଯେ ଯଦି କଥାଟି ସତ୍ୟ ହୋଇ ନଥା’ନ୍ତା ତାହେଲେ ସେ ସଂସ୍ଥା ହେଉକି ଯେକୌଣସି ବିଜ୍ଞାପନଦାତା କ’ଣ ସର୍ବସାଧାରଣରେ ବିଜ୍ଞାପନ ଦେଇ ପାରିଥା’ନ୍ତା କି ? ତେଣୁ ଯେହେତୁ ସାର୍ବଜନୀନ ସ୍ତରରେ ଏକ ବିଜ୍ଞାପନ ମାଧ୍ୟମରେ ସର୍ବ ସମ୍ମୁଖରେ କୌଣସି ବିଷୟ ଉପସ୍ଥାପନ କରାଯାଇ ଅଛି ତେଣୁ ତାହା ନିଶ୍ଚିତ ସତ୍ୟ ହୋଇଥିବ । ସେହି ଭଳି କୌଣସି ଖବର କିମ୍ବା ଆମ ଜୀବନ ଶୈଳୀରେ ସଂଶ୍ଳିଷ୍ଟ ଅନ୍ୟାନ୍ୟ କୌଣସି ଉପଦେଶ / ସନେ୍ଦଶ ଗୁଡିକୁ ମଧ୍ୟ ଆମେ ସହଜରେ ମାନ୍ୟତା ଦେଇଥାଉ । ଏହା ଆମର ଏକ ସାଧାରଣ ନିରୋଳା ବିଶ୍ୱସନୀୟ ଭାବନା ଜନିତ ଗ୍ରହଣୀୟତା ।
ଏକ ସମ୍ବେଦନଶୀଳ ବିଷୟ ଏହାକି, ଆମେ ସମସ୍ତେ ପ୍ରାୟତଃ କିଛି ମାତ୍ରାରେ ଭୁକ୍ତଭୋଗୀ କିମ୍ବା ସଚେତନ ରହିଛେ ଯେ ଆମ ଦେଶରେ ଯଦି କୌଣସି ଏକ ସାଧାରଣ ହେଉ କି ଅସାଧାରଣ ଘଟଣା ଘଟି ଥାଏ ତା’ର ସତ୍ୟାସତ୍ୟ ନିର୍ଣ୍ଣୟ ହେବା ପାଇଁ ବର୍ଷ ବର୍ଷ ଲାଗିଯାଏ ବିଭିନ୍ନ ସୋପାନରେ । ଯେମିତିକି ଜଣେ ନିମ୍ନ ସ୍ତରୀୟ ପ୍ରଶାସନିକ ଅଧିକାରୀ, ରାଜ୍ୟ ମୁଖ୍ୟ ହୁଅନ୍ତୁ କିମ୍ବା ଦେଶ ମୁଖ୍ୟଙ୍କ ଠାରୁ ଆରମ୍ଭ କରି ଉଚ୍ଚତମ ନ୍ୟାୟାଳୟ ପର୍ଯ୍ୟନ୍ତ ଅଭିଯୋଗର ଲମ୍ବା ଅବଧି ପାର କରିବା ବେଳକୁ ବେଳେ ବେଳେ ଅଭିଯୋଗକାରୀଙ୍କ ଜୀବନ ·ଲି ଯାଉଥିବା ବିଷୟ ମଧ୍ୟ କାହାକୁ ଅଗୋଚର ନୁହେଁ । ଏହିଭଳି ପରିସ୍ଥିତିରେ ଯଦି କୌଣସି ଏକ ସାଧାରଣ ଠକେଇ କିମ୍ବା କାହାର ମିଥ୍ୟା ପ୍ରବଂଚନାର ଶିକାର ହୋଇ ଆମେ କାହା ପାଖରେ ଅଭିଯୋଗ କରି ନ୍ୟାୟ ପାଇଯିବା ବୋଲି ବି·ର କରିବା ତାହା ଏକ ସ୍ୱପ୍ନ ମାତ୍ର ଆମ ଦେଶରେ ଏକଥା କହିବା ଆବଶ୍ୟକ ନୁହେଁ ବରଂ ସମସ୍ତେ ଜାଣନ୍ତି । ବର୍ତ୍ତମାନ ଆମେ ବି·ର କରିବା ଯେ ଆମ ଦେଶର ନ୍ୟାୟିକ ବ୍ୟବସ୍ଥା ଏବଂ ଆମ ଗ୍ରହଣୀୟତା ମଧ୍ୟରେ ରହିଥିବା ଦୂରତ୍ୱ ମଧ୍ୟରେ ପ୍ରବେଶ କରି କ୍ରୁର ଚତୁର କେମିତି ବିଭିନ୍ନ ମାଧ୍ୟମରେ ଆମକୁ ଠକିଥା’ନ୍ତି ଯାହା ସାଧାରଣରେ ଆମ ଜ୍ଞାତସାର ମଧ୍ୟରେ ପ୍ରବେଶ କରୁ ନାହିଁ । ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ ପ୍ରତ୍ୟେକ ସୋପାନରେ ଆମେ ଏକକ ବ୍ୟକ୍ତି ଦ୍ୱାରା ହେଉ କିମ୍ବା ବିଭିନ୍ନ ଗୋଷ୍ଠୀ ବା ଦଳୀୟ ସଂସ୍ଥା ଦ୍ୱାରା ଠକାମିର ଶିକାର ହୋଇଥାଉ । ତେଣୁ ଆସନ୍ତୁ ଦେଖିବା ଗୋଷ୍ଠୀ କହିଲେ ଯେ କେବଳ ରାଜନୈତିକ ଦଳ ନା ଆଉ କିଛି ଅଛି ।
ମହାଭାଗ, ଆପଣ ହୁଏତ କେବେ ବି·ର କରିନଥିବେ ଯେ କେତେ ପ୍ରକାର ଗୋଷ୍ଠୀ / ଦଳ ଆମ ସମାଜରେ କେଉଁ ସବୁ ମାର୍ଗରେ କାର୍ଯ୍ୟରତ । ସେମାନଙ୍କ ବି·ର, କାର୍ଯ୍ୟଧାରା ତଥା ସାମାଜିକ ପ୍ରଭାବ ଗୁଡିକ ହୁଏତ ଆପଣଙ୍କ ମନ ମାନସରେ କେବେ ଆନେ୍ଦାଳିତ ହୋଇନାହିଁ ଯେ କେତେ ପ୍ରକାର ଦଳ ରହିଛନ୍ତି ଆମ ସମାଜରେ ଯିଏ ସାଧାରଣ ନିର୍ବୋଧଙ୍କୁ କେଉଁ ମାର୍ଗରେ ଲୁଣ୍ଠନ କରିବାରେ ବ୍ୟସ୍ତ । ଦୃଷ୍ଟାନ୍ତମୂଳକ ଭାବେ କେତେକ ଗୋଷ୍ଠୀ / ଦଳର ଉଦାହରଣ ଏଠାରେ ଉଲ୍ଲେଖ କରିବା ସହିତ ସମାନ୍ତରାଳ ପ୍ରକ୍ରିୟାରେ କାର୍ଯ୍ୟ କରୁଥିବା କୌଣସି ଗୋଷ୍ଠୀ / ଦଳ ସହିତ ସମ୍ପୃକ୍ତି ଥିବା ଆପଣଙ୍କ ନିଜ ଦଳ ଗୁଡିକ ବିଷୟରେ ନିଜେ ବି·ର କରି ସେମାନଙ୍କ କାର୍ଯ୍ୟ ଧାରା ଗୁଡିକୁ ବୁଝିବାକୁ ଚେଷ୍ଟା କରିବେ । ଏଠାରେ ଦେଖିବା, ସାଧାରଣ ଦୃଶ୍ୟମାନ ହେଉଥିବା ଦଳ ଗୁଡିକ କିଏ ଏବଂ ସେମାନଙ୍କ କାର୍ଯ୍ୟ ଶୈଳୀ ଓ ଲୁଣ୍ଠନ କରିବା ପ୍ରଣାଳୀ ଗୁଡିକ କ’ଣ ହୋଇଥାଏ । ୧. କୃଷକ ୨.ଶ୍ରମିକ ୩.ବାହାନ ·ଳକ ୪. ସୁରକ୍ଷା ବାହିନୀ ୫. ଶିକ୍ଷାଦାତା ୬. ଚିକିତ୍ସକ ୭. ବୈଜ୍ଞାନିକ ୮. ଗବେଷକ ୯. ସାହିତ୍ୟିକ ୧୦. ଲେଖକ ୧୧. ଖବରଦାତା ୧୨. ନ୍ୟାୟଦାତା ୧୩. ସମାଜ ସେବକ / ସୁଧାରକ / ସଂସ୍କାରକ ୧୪. ପରିବହନ ୧୫. ବ୍ୟବସାୟୀକ ୧୬. ପ୍ରଶାସନିକ କର୍ମ·ରୀ ୧୭. ରାଜନୈତିକ ୧୮. ଧର୍ମ ପ୍ରବଚକ ୧୯. ଭାଗ୍ୟ/କୁଣ୍ଡଳୀ ନିର୍ଦ୍ଧାରକ ୨୦. ବାସ୍ତୁଶାସ୍ତ୍ରୀ ୨୧. ତାନ୍ତ୍ରିକ ୨୨. ଅର୍ଥ ସୁରକ୍ଷା-ଜମା/ ଋଣ ୨୩. ବୀମା ଯୋଜନା ୨୪. ସ୍ୱାସ୍ଥ୍ୟ ସୁରକ୍ଷା ୨୫. ଆଇନ ସୁରକ୍ଷା ୨୬. ମଧ୍ୟସ୍ଥିତା /ପ୍ରତିନିଧି ୨୭. ଲଟେରୀ ୨୮. ମନୋରଞ୍ଜନ ୨୯. କ୍ରୀଡାବିତ ୩୦. ଗାୟକ ୩୧. ନୃତ୍ୟ ପରିବେଶକ ୩୨. ନିଶା କାରବାର ୩୩. ଜୁଆ ଖେଳ ଆ‡ା ୩୪. ଯୌନ ବୃତ୍ତି ୩୫. ଠିକାଦାର ୩୬. ମାଫିଆ ୩୭. ରାଷ୍ଟ୍ରୀୟ / ଅନ୍ତରାଷ୍ଟ୍ରୀୟ ତସ୍କରୀ ୩୮. କୁଚକ୍ରୀ ଇତ୍ୟାଦି ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ଭିନ୍ନ ଭିନ୍ନ ଗୋଷ୍ଠୀର ମଣିଷ ମାନେ ଗୋଟିଏ ଗୋଟିଏ ଦଳ ଅନ୍ତର୍ଭୁକ୍ତ ଯେଉଁମାନେ ସମାଜରେ ସେମାନଙ୍କ କାର୍ଯ୍ୟକଳାପ ଗୁଡିକ ପ୍ର·ର ପ୍ରସାର କରି ସାଧାରଣ ଲୋକଙ୍କୁ ବିଭିନ୍ନ ପ୍ରକାର ସେବା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇ ନିଜ ନିଜ ସ୍ତରରେ ପ୍ରସ୍ତୁତ କରିଥା’ନ୍ତି କ୍ଷେତ୍ର । ଏମାନଙ୍କ ବ୍ୟତୀତ ଏମିତି ଆହୁରି ଅନେକ ଦଳ ରହିଛନ୍ତି ଯାହା ସବୁ ଆମ ଦୃଷ୍ଟି ଗୋଚର ନହୋଇ ବିଭିନ୍ନ ସ୍ତରରେ କାର୍ଯ୍ୟରତ ସେମାନଙ୍କ ସଦସ୍ୟ ମାନଙ୍କୁ ନେଇ । ଏହିସବୁ କାର୍ଯ୍ୟ ଗୁଡିକରେ ଲିପ୍ତ ରହିଥିବା ସଦସ୍ୟ ମାନଙ୍କୁ ନେଇ ଗଠନ ହୋଇଥାଏ ଗୋଟିଏ ଗୋଟିଏ ଗୋଷ୍ଠୀ ବା ଦଳ ଯାହାର ଅନେକ ମାର୍ଗ ରହିଥାଏ ସମ୍ପୃକ୍ତ ଦଳର ଦଳପତିଙ୍କ ବି·ରଧାରାକୁ ଆଧାର କରି । ଏହିସବୁ ଦଳ ମାନଙ୍କ କାର୍ଯ୍ୟକଳାପ ତଥା ସାମାଜିକ ପ୍ରଭାବ କାରଣ ଗୁଡିକ ସାଧାରଣ ଲୋକଙ୍କୁ କେତିକି ସେବା ଯୋଗାଇଥା’ନ୍ତି ଏବଂ ତା’ ପରିବର୍ତ୍ତେ ସେମାନେ କ’ଣ ସ୍ୱାର୍ଥ ହାତେଇ ଥା’ନ୍ତି ସେସବୁ ସମୀକ୍ଷା, ବି·ର ନକରି ଆମେ ଆବଶ୍ୟକ, ଅନାବଶ୍ୟକ ସ୍ଥଳେ କେତେକାଂଶରେ ଜାଣିଶୁଣି ଏବଂ ଆଉ କେତେକାଂଶରେ କିଛି ନବୁଝି ସେମାନଙ୍କ ମାୟା ଜାଲର ଶିକାର ହୋଇଥାଉ । କହିବାକୁ ଗଲେ ଉପର ଲିଖିତ ପ୍ରାୟ ୯୦ ଶତକଡା ଦଳ ସାଧାରଣ ଲୋକଙ୍କ ଠାରୁ ୯୯ ଶତକଡା ସ୍ୱାର୍ଥ ଆଶା କରି କାର୍ଯ୍ୟ କରିଥା’ନ୍ତି ଯାହା ସାଧାରଣ ଲୋକେ ସହଜରେ ବୁଝି ପାରି ନଥା’ନ୍ତି ! ବିପରୀତରେ ସେମାନଙ୍କ ଦ୍ୱାରା ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ମାଧ୍ୟମରେ ଅନେକ ଉପକାର ଏବଂ ଲାଭ ଉଠାଇବା ସ୍ୱପ୍ନ ଦେଖିବା ସହିତ ନିଜ ପ୍ରିୟଜନଙ୍କୁ ମଧ୍ୟ ସେଗୁଡିକ ଉପରେ ଯୁକ୍ତାତ୍ମକ ମନ୍ତବ୍ୟ ପ୍ରଦାନ କରିବାରେ ଆଦୌ କୁଣ୍ଠାବୋଧ କରିନଥା’ନ୍ତି !
ମୋ:୯୪୩୭୩୨୪୯୧୭