କ୍ଷୀରୋଦଚନ୍ଦ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ପ୍ରତାପ ଜେନା 

 ନିଶ୍ଚିନ୍ତକୋଇଲି : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ବଡକ୍ଷୀର ପଂଚାୟତ ଗୋପପୁର ଗ୍ରାମର  ସୁଯୋଗ୍ୟ ସନ୍ତାନ, ସାରସ୍ୱତ ସାଧକ ତଥା ଓଡିଶା ସାହିତ୍ୟ ଏକାଡେମୀ କଟକ, ଆକାଶବାଣୀ ଓ ଦୂରଦର୍ଶନ ଦ୍ୱାରା ପୁରସ୍କୃତ ଓ ସମ୍ବର୍ଦ୍ଧିତ ବର୍ଷିଆନ ଶିଶୁ ସାହିତି୍ୟକ କ୍ଷୀରୋଦଚନ୍ଦ୍ର ପୋଥାଳଙ୍କ ୮୮ତମ ଜୟନ୍ତୀ ଅବସରରେ ସ୍ୱର୍ଗତ ପୋଥାଳଙ୍କ କଳ୍ପବଟ ବାସଭବନ ସମ୍ମୁଖରେ ସ୍ଥାପିତ ପ୍ରତିମୂର୍ତ୍ତିରେ  ମାହାଙ୍ଗାର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି । ସ୍ୱର୍ଗତ ପୋଥାଳଙ୍କ ବିଧବା ପତ୍ନୀ ଅନ୍ନପୂର୍ଣ୍ଣା ପୋଥାଳଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ସ୍ୱର୍ଗତ ପୋଥାଳଙ୍କ ସୁପୁତ୍ର  ଶାରଦା, ବରଦା ଓ ପୁତ୍ରବଧୁ ସଂଯୁକ୍ତା ଉପସ୍ଥିତ ଥିଲେ ।  ମା’ ବିଂଶଭୂଜାଙ୍କ ମନ୍ଦିର ପାଖରୁ ଏକ ବିରାଟ ପଟୁଆର ଶ୍ରୀଯୁକ୍ତ ଜେନାଙ୍କୁ ସ୍ୱର୍ଗତ ପୋଥାଳଙ୍କ ଜନ୍ମଭୂମି କଳ୍ପବଟ ସ୍ଥିତ ବାସଭବନକୁ ଆସିଥିଲେ  । ଏହି କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ଜେନାଙ୍କ ସହିତ ନିଶ୍ଚିନ୍ତକୋଇଲି ପଂଚାୟତସମିତି ଅଧ୍ୟକ୍ଷା ରୋଜି ସେଠୀ,  ସରପଂଚ ହିଂମାଶୁ ନାରାୟଣ ମଲ୍ଲଙ୍କ ସମେତ ବହୁ ନେତୃମଣ୍ଡଳୀ ଓ ସାହିତି୍ୟକମାନେ ଯୋଗ ଦେଇଥିଲେ ।