ସରପଞ୍ଚଙ୍କ ସଫେଇ କାର୍ଯ୍ୟକ୍ରମ
ଖଇରା : ଖଇରା ବ୍ଲକର ବିଭିନ୍ନ ସମ୍ପ୍ରଦାୟ ରାମନବମୀ ପାଇଁ ମସଗୁଲ ଥିବା ବେଳେ ସୁଣ୍ଢିରାଗଣ୍ଡିବେଡ ସରପଞ୍ଚ କିନ୍ତୁ ପରିବେଶ ସଜାଡିବା କାର୍ଯ୍ୟରେ ନିଜକୁ ସାମିଲ କରିଥିଲେ । ସରପଞ୍ଚ ଅନିତାରାଣୀ ପରିଡା ଳ ମହିଳା ଗୋଷ୍ଠୀଙ୍କୁ ସାଙ୍ଗରେ ନେଇ ସୁଣ୍ଢିରା ଆଖଣ୍ଡଳେଶ୍ୱର ଶିବ ମନ୍ଦିର ଚତୁଃପାଶ୍ୱର୍କୁ ସଫା କରିବା କାର୍ଯ୍ୟରେ ବ୍ୟସ୍ଥ ରହିଥିଲେ । ମନ୍ଦିର ଚାରିପଟେ ପଡି ରହିଥିବା ପତ୍ର, କାଠି, କୁଟା ଭଳି ଆବର୍ଜନା ଠୁଳ କରି ତାକୁ ଉଠାଇ ଆବର୍ଜନା କୁଣ୍ଡରେ ପକାଇଥିଲେ । ଏମବିକେ ଶଙ୍କୁନ୍ତଳା ବେହେରା, ସିଆରପି ଭାରତୀ ଲେଙ୍କା, ସନ୍ଧ୍ୟାରାଣୀ ନାୟକ, ୱାର୍ଡସଭ୍ୟା ରଶ୍ମିତା ଲେଙ୍କା ଓ ନିର୍ବାହୀ ଅଧିକାରୀ ତୁଷାର ମହଲା, ଗ୍ରାମ ମୁଖିଆ ବସନ୍ତ ଲେଙ୍କା, ପର୍ଶୁରାମ ନାୟକ, ହରିଶ ପରିଡା ପ୍ରମୁଖ ଏହି ସ୍ୱଚ୍ଛତା ଅଭିଯାନରେ ସରପଞ୍ଚଙ୍କୁ ସହାୟତା କରିଥିଲେ ।