ସାମ୍ବାଦିକ କଲ୍ୟାଣ ଟ୍ରଷ୍ଟର ସାଧାରଣ ସଭା
ପାରାଦୀପ : "ପାରାଦୀପ କାର୍ଯ୍ୟରତ ସାମ୍ବାଦିକ ସହକାରୀ ସାମାଜିକ କଲ୍ୟାଣ ଟ୍ରଷ୍ଟ' ର ଏକ ସାଧାରଣ ସଭା ସ୍ଥାନୀୟ ପୋର୍ଟ କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଟ୍ରଷ୍ଟର ସଭାପତି ଶଶାଙ୍କ ଶେଖର ଆଚାର୍ଯ୍ୟଙ୍କ ପୌରୋହିତ୍ୟରେ ଆୟୋଜିତ ଉତ୍ସବକୁ ମୁଖ୍ୟ ଅତିଥି ଭାବେ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ୱାଳ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟ୍ରଷ୍ଟର ଅଧ୍ୟକ୍ଷ ରନôାକର ସ୍ୱାଇଁ, ମୁଖ୍ୟ ଉପଦେଷ୍ଟା ଶୁକଦେବ ଜେନା, ଉପଦେଷ୍ଟା ରନôାକର ଜେନା, କାର୍ଯ୍ୟକାରୀ ସଭାପତି ସୁଧାଂଶୁ ନାୟକ, ସାଧାରଣ ସମ୍ପାଦକ ପ୍ରଶାନ୍ତ ସ୍ୱାଇଁ, କୋଷାଧ୍ୟକ୍ଷ ସନ୍ତୋଷ ଭାରତୀ ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ଶ୍ରୀ ବିଶ୍ୱାଳ ସାମ୍ବାଦିକ ମାନଙ୍କ କଲ୍ୟାଣ ନିମନ୍ତେ ଗଠିତ ଟ୍ରଷ୍ଟର ଉଦ୍ୟକ୍ତା ମାନଙ୍କ ସମୟୋପଯୋଗୀ ପଦକ୍ଷେପକୁ ପ୍ରଶଂସା କରିବା ସହିତ ଟ୍ରଷ୍ଟକୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କାର୍ଯ୍ୟକ୍ରମକୁ ଟ୍ରଷ୍ଟର ଆଇନ ପରାମର୍ଶଦାତା ରବୀନ୍ଦ୍ର କୁମାର ଜେନା ପରିଚାଳନା କରିଥିବା ବେଳେ ଟ୍ରଷ୍ଟର ସମସ୍ତ ସଭ୍ୟ ଏଥିରେ ଅଂଶଗ୍ରହଣ କରିଥିଲେ ।