ସାଇବଗଡ଼ରେ ଅଷ୍ଟଦଣ୍ଡ ମହାମିଳନ

 ଆସିକା : ଆସିକା ବ୍ଲକର ଖରିଆ ପଞ୍ଚାୟତର ସାଇବଗଡ଼ ଗ୍ରାମରେ ଅଷ୍ଟଦଣ୍ଡ ମହାମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅଷ୍ଟଦଣ୍ଡ ମଧ୍ୟରେ ଗହଂଗୁ, ଖୁକୁଣ୍ଡିଆ, ଦହିମୁଣ୍ଡୁଳି, ଭ୍ୟାମଶିଆଳି, ଗୋଲିଆ, ଗୁଣ୍ଠପଡା( ଏ ), କବିସୂର୍ଯ୍ୟନଗର ପରିଡା ପାର୍ଟି ଓ ମୋରାବାଈର ଦଣ୍ଡକାଳୀ ଦଳ ଯୋଗ ଦେଇଥିଲେ । ସାଇବଗଡ଼ର ସାହୁ ପରିବାର ଏବଂ ଖରିଆ ପଞ୍ଚାୟତର ଲୋକମାନଙ୍କ ସହଯୋଗରେ ଏହି ଦଣ୍ଡନାଚ ଶୃଙ୍ଖଳିତ ଭାବେ ଶେଷ ହୋଇଛି । ପ୍ରଭାତରୁ ଦଣ୍ଡଦଳ ଗୁଡ଼ିକୁ ଗ୍ରାମବାସୀମାନେ ନିମନ୍ତ୍ରଣ ଓ ଆବାହନ ପରେ କାମନାଧାରୀଙ୍କ ଦ୍ୱାରରେ ଦଣ୍ଡର ବୃତାନ୍ତ ଶ୍ରବଣ, ପୂର୍ବାହ୍ନର ଧୁ ଧୁ ଖରାରେ ଧୂଳି ଦଣ୍ଡ, ଅପରାହ୍ନରେ ପୋଖରୀ ତୋଠରେ ପାଣି ଦଣ୍ଡ ପରେ ଅଷ୍ଟଦଣ୍ଡ ମହାମିଳନ, ସନ୍ଧ୍ୟାରେ ଆଳତି ପରେ ମଧ୍ୟ ରାତ୍ରରେ ଅଗ୍ନିଦଣ୍ଡ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମାନସିକଧାରୀଙ୍କ ଘର ପାଖରେ କାଳସୀ ଉଭା ପରେ ବିଭିନ୍ନ ଦଣ୍ଡଦଳ ପକ୍ଷରୁ ରାତ୍ର ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଖରିଆ ପଞ୍ଚାୟତର ସମସ୍ତ ଗ୍ରାମବାସୀ ଏଥିରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ଏହି ଅଷ୍ଟଦଣ୍ଡ ଦେଖିବା ପାଇଁ ଅଞ୍ଚଳର ହଜାର ହଜାର ଲୋକ ଭିଡ ରହିଥିଲା । ଏହାକୁ ସାହୁ ପରିବାରର ଗୋବିନ୍ଦ ସାହୁ, ଭଗବାନ ସାହୁ, ଶିବରାମ ସାହୁ, ଜୟନ୍ତୀ ସାହୁ, ସଞ୍ଜୁଲତା ସାହୁ, ଗଣେଶ ସାହୁ, କାର୍ତ୍ତିକ ସାହୁ, ସୁରଜ ସାହୁ, ସମିତିସଭ୍ୟ ସୌଦାମିନୀ ନାହାକ, ଦିଲ୍ଲୀପ ନାହାକ, ଶଙ୍କର ସେଠି, ନାରାୟଣ ବେହେରା,ନାଏବ ସରପଞ୍ଚ ଦୁଃଖିଶ୍ୟାମ ଲେଙ୍କା, ଟିଟୁନ ବିଶ୍ୱାଳ, ସୋମ୍ୟ ରଞ୍ଜନ ବିଶ୍ୱାଳ, ଶ୍ୱେତ ବସନ୍ତ ଲେଙ୍କା, ସରବ ଲେଙ୍କା, ସନ୍ତୋଷ ପୋଲାଈ, ସରତ ଚୌଧୁରୀ, ଏଙ୍କଟ ରାଓ ଦୋରା, ତାରକେସ ଦୋରା, ରବୀନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।