"ସାଙ୍ଗ ପାଇଁ ଦିନଟିଏ’ କାର୍ଯ୍ୟକ୍ରମ

 ବ୍ୟାସନଗର:  ଏନ୍ସି ହାଇସ୍କୁଲ ୧୯୯୨ ବ୍ୟାଚର "ସାଙ୍ଗ ପାଇଁ ଦିନ ଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅତିଥିଭାବେ ଓଲିଉଡ କଳାକାର ଅନନ୍ତ ନାରାୟଣ ମିଶ୍ର ଯୋଗ ଦେଇ ବନ୍ଧୁର ମହତ୍ୱ ଏବଂ ଜୀବନରେ ଏହାର ଜରୁରୀ ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ । ଜ୍ଞାନରଞ୍ଜନ ରାଉତ ଅତିଥି ପରିଚୟ ପ୍ରଦାନ କରିବା ପରେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ପତାକା ଉତ୍ତୋଳନ ଏବଂ ଦିବଙ୍ଗତ ସାଙ୍ଗ ରାମଚନ୍ଦ୍ର ନାୟକ ଓ ରମେଶ ଚନ୍ଦ୍ର ଦାସଙ୍କ ଆତ୍ମାର ସଦ୍ଗତି କାମନା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ କଳ୍ପତରୁ ସାହୁ, ଜ୍ଞାନରଞ୍ଜନ ପ୍ରିୟଦର୍ଶନ, ପ୍ରିୟବ୍ରତ ମହାପାତ୍ର, ସୁଶାନ୍ତ ନାୟକ, ବିବେକାନନ୍ଦ ରାଉତ, ପ୍ରଭାକର ଦାସ, ଜିତେନ୍ଦ୍ର ରାଉତ, ମିହିର ରଞ୍ଜନ ବିଶ୍ୱାଳ, ପ୍ରତାପ ନାୟକ, ଛତ୍ରପତି ବିଶ୍ୱାଳ, ଉମାକାନ୍ତ ସ୍ୱାଇଁ, ପ୍ରଭାତ ବଳ, ଦୀପକ ଦାସ, ପ୍ରଶାନ୍ତ ନାୟକ, କୈଳାସ ଚନ୍ଦ୍ର ସାହୁ, ଉଦୟ ରାଉତ, ଶରତ ମଲ୍ଲ, ଶୈଳେନ୍ଦ୍ର ସ୍ୱାଇଁ, ବିଭୁପ୍ରସାଦ ସାମଲ ପ୍ରମୁଖ ଯୋଗ ଦେଇଥିଲେ । ଅଶୋକ କୁମାର ପତି ଧନ୍ୟବାଦ ଅର୍ପଣ କରିଥିଲେ ।