ସ୍ୟାଣ୍ଡ ଫେଷ୍ଟ୍ର ଉଦ୍ୟାପନୀ ଉତ୍ସବ

ବାଲେଶ୍ୱର:  ବାଲେଶ୍ୱରର ସର୍ବପୁରାତନ ସାଂସ୍କୃତିକ ଅନୁଷ୍ଠାନ ସ୍ୟାଣ୍ଡଫେଷ୍ଟ୍ର ଉଦ୍ୟାପନୀ ଉତ୍ସବ ଗାନ୍ଧି ସ୍ମୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଓଡ଼ିଶା ସରକାରଙ୍କର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ମୁଖ୍ୟବକ୍ତା ସଦର ବିଧାୟକ ମାନସ ଦତ୍ତ, ସମ୍ମାନିତ ଅତିଥି ଭାବେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା, ବାସୁଦେବପୁରର ବିଧାୟକ  ଅଶୋକ ଦାସ, ସାମ୍ବାଦିକ ସତ୍ୟଶିବ ଦାସ ପ୍ରମୁଖ ଯୋଗ ଦେଇଥିଲେ । ଅନୁଷ୍ଠାନର ସଭାପତି ପ୍ରଦୀପ କୁମାର ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଶେଷ ସନ୍ଧ୍ୟାରେ ସଭାରେ କାର୍ଯ୍ୟକାରୀ ସଭାପତି ଶ୍ୟାମସୁନ୍ଦର ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସଂଗଠନର ଅଧ୍ୟକ୍ଷ ଅଜୟ କୁମାର ବିଶ୍ୱାଳ, ପୃଷ୍ଠପୋଷକ ରିତିକ୍ ଜୀ, ଉପାଧ୍ୟକ୍ଷ ପ୍ରକାଶ କିଶୋର ନାୟକ, ଉପଦେଷ୍ଟା ଗୌରହରି ମଲ୍ଲିକ, ସାଧାରଣ ସମ୍ପାଦକ ଦେବଦତ୍ତ ଦାସ, ସମ୍ପାଦକ ସୀମନ ଦାସ ମହାପାତ୍ର, ଉପସଭାପତି ବ୍ରଜ କିଶୋର ପ୍ରଧାନ, ସାଂସ୍କୃତିକ ସମ୍ପାଦକ ଲକ୍ଷ୍ମୀକାନ୍ତ ସ୍ୱାଇଁ, ସହ ସମ୍ପାଦକ ଅଦେ୍ର୍ଧନ୍ଦୁ ଶେଖର ଦାସ,  କୋଷାଧ୍ୟକ୍ଷ ଝାଡେଶ୍ୱର ଜେନା, ସାଂଗଠନିକ ସମ୍ପାଦକ ପାର୍ଥ ସାରଥି ଦାସ ପ୍ରମୁଖ ଯୋଗ ଦେଇଥିଲେ । ଏହି ସନ୍ଧ୍ୟାରେ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ପ୍ରତିଭା ଯଥା ଡଃ ଅମିତାଭ ଗିରି, ସୁମନ୍ତ ଜେନା, ଗଣେଶ ଚନ୍ଦ୍ର ଜେନା, ରମୀୟା ହୁଈ, ସିଲାବ ସତ୍ୟକାମ, ଦେବଜ୍ୟୋତି ଦାସ ମହାପାତ୍ର, ପ୍ରକ୍ଷିପ୍ତ କୁମାର ପାତ୍ର, ଜଗନ୍ନାଥ କଲେଜ ଅଧ୍ୟକ୍ଷ ଗଙ୍ଗାଧର ଜେନା, କାଉନସିଲର ମିତା ପଟ୍ଟନାୟକ ଆଦିଙ୍କୁ  ସମ୍ବର୍ଦ୍ଧିତ କରାଯାଇଥିଲା ।  ସଂଗଠନର ସଦସ୍ୟ  ଅମୟ କୁମାର ଦାସ ସମ୍ୱର୍ଦ୍ଧନା ପାଠ କରିଥିବାବେଳେ ଶେଷରେ ସମ୍ପାଦକ ସୀମନ ଦାସ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଶେଷ ସନ୍ଧ୍ୟାରେ ଅନେକ କୃତି ପ୍ରତିଯୋଗୀ, ସମ୍ମାନିତ ପ୍ରତିଭାଙ୍କୁ ପୁରସ୍କୃତ କରାଯିବା ସହ ବଲିଉଡର ବିଖ୍ୟାତ ପ୍ରଚ୍ଛଦପଟ ଗାୟକ ତାରିକ୍ ଅଜିଜଙ୍କ ସୁମଧୁର ସଙ୍ଗୀତ ପରିବେଷଣ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ରଶ୍ମିରଞ୍ଜନ, ଦେବଶ୍ରୀ, ସ୍ମିତା,  ଶିବାନୀ, ରମ୍ୟା, ମୃଣ୍ମୟୀ, କୌଶଲ୍ୟା, ଜୀବନ, ରାଜୀବ, ମନୋଜ, ଜ୍ୟୋତି, ଦେବ ମାଲ୍ୟ, ମୋନାଲିସା, ସୌମ୍ୟ ରଂଜନ, ଦିବ୍ୟ ରଞ୍ଜନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।