ଅଙ୍ଗଦାନ ସଚେତନତା ଅଭିଯାନ

କାଳିଆପାଣି: ଅଙ୍ଗଦାନ ଏକ ମହତ୍ ଦାନ ଯାହାର ବିକଳ୍ପ ନାହିଁ ମାନବ ପ୍ରତି ମାନବର ଦାନ । ଏହା ସର୍ବଶ୍ରେଷ୍ଠ ଦାନ ଅଟେ । ଏହିମହତ୍ ଚିନ୍ତା ଚେତନାରେ ଉଦବୁଦ୍ଧ ହୋଇ ଅଗ୍ରଣୀ ସାମାଜିକ ସଂଗଠନ ଶ୍ରୀ ଜଗନ୍ନାଥ ଚାରି ଟେବୁଲ୍ ଟ୍ରଷ୍ଟ ସାରା ରାଜ୍ୟରେ ଅଙ୍ଗଦାନ କାର୍ଯ୍ୟକ୍ରମ, ସଚେତନତା ଶିବିରକୁ ତ୍ୱରାନିତ କରିଛି । ଶିବିରର ମୁଖ୍ୟଲକ୍ଷ୍ୟ ସାରା ଅଞ୍ଚଳବାସୀ ଶରୀର ଦାନ ଅଭିଯାନ ବିଷୟରେ ବୁଝନ୍ତୁ ।ଯଦି ପ୍ରକୁତବାର୍ତା ବୁଝନ୍ତି ତେବେ ନିଜ ସ୍ୱଇଚ୍ଛାରେ ଅଙ୍ଗଦାନ କରିପାରନ୍ତି । ଶିବିର ମାନଙ୍କରେ ଅଙ୍ଗଦାନ ସମନ୍ଧିୟ କାଗଜ ବିତରଣ ସହ ଅଧିକ ସଚେତନ ହେବା ପାଇଁ ପ୍ରୋଜେକ୍ଟର ମାଧ୍ୟମରେ ଲୋକ ମାନଙ୍କୁ ମଧ୍ୟ ତଥ୍ୟ ପ୍ରଦାନ କରାଯାଉଛି । ଟ୍ରଷ୍ଟ ସଭାପତି ସମାଜସେବୀ ଦମନ ମହାନ୍ତି ଓ କାର୍ଯ୍ୟକର୍ତ୍ତା ଏବେ ସୁଦ୍ଧା ୧୫୦ ଜଣଙ୍କ ଅଙ୍ଗଦାନ ସତ୍ୟ ପାଠ କରି ଖୁବ୍ ସଫଳତା ଆଣିପାରିଛନ୍ତି ।