ସେପ୍ଟେମ୍ବର ୫ରେ ଶିକ୍ଷକ ସମାବେଶ

ଭୁବନେଶ୍ୱର : ସେପ୍ଟେମ୍ବର ୫ ଗୁରୁ ଦିବସ ପାଳନ ଅବସରରେ ଭୁବନେଶ୍ୱରରେ ଶିକ୍ଷକ ସମାବେଶ । ଶୁକ୍ରବାର ଦିନ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୟନ୍ତୀ (ଗୁରୁଦିବସ) ଅବସରରେ ମିଳିତ ଶିକ୍ଷକ କର୍ମଚାରୀ ସଂଘ (ୟୁଟିଆ) ଆନୂକୁଲ୍ୟରେ ୩୧ତମ ଶିକ୍ଷକ ସମାବେଶ ଓ ଗୁରୁ ପୂଜନ ସମ୍ବର୍ଦ୍ଧନା ଉସôବ ଭୁବନେଶ୍ୱର ସ୍ଥିତ ଗୀତଗୋବିନ୍ଦ ଭବନରେ ଅନୁଷ୍ଠିତ ହେବ । ଶତାୟୁ ସ୍ୱାଧୀନତା ସଂଗ୍ରାମୀ ଅଧ୍ୟକ୍ଷ ପଦ୍ମଚରଣ ନାୟକ, ମିଳିତ ନିଶା ନିବାରଣ ଅଭିଯାନ ମିଳିତ ଶିକ୍ଷକ ଓ କର୍ମଚାରୀ ସଂଘ ଗୁରୁଦିବସରେ ଗୁରୁ ପୂଜନ ଓ ୟୁଟିଆର ୩୧ତମ ବାର୍ଷିକ ଉତ୍ସବକୁ ଉଦ୍ଘାଟନ କରିବେ । ଉସôବରେ ମୁଖ୍ୟ ଅତିଥିଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସ୍ୱତନ୍ତ୍ରଅତିଥି ମନୋରଞ୍ଜନ ଦ୍ୟାନ ସାମନ୍ତରା ବିଧାୟକ ଚିକିଟି, ପ୍ରଫେସର ପ୍ରଫୁଲ୍ଲ ମିଶ୍ର, ପ୍ରାକ୍ତନ କୂଳାଧିପତି ଡ. ରାଜେନ୍ଦ୍ର ପ୍ରାସାଦ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ, ପୁଷା, ବିହାର ମୁଖ୍ୟବକ୍ତା ଭାବେ ଇୁସ୍ଥିତ ରହିବେ । ପ୍ରୋଫେସର ହରେକୃଷ୍ଣ ଶତପଥି ପ୍ରାକ୍ତନ କୂଳପତି, ଡ. ଶରତ ବିଶ୍ୱାଳ ପ୍ରାକ୍ତନ ଗଣଶିକ୍ଷା ନିଦେ୍ର୍ଦଶକ, ସହଦେବ ଜୟ ସିଂହ, ସଭାପତି ଧାରା ଶ୍ରୀରାଧା ଟ୍ରଷ୍ଟ ସମ୍ମାନିତ ଅତିଥିଭାବେ ଯୋଗଦେବେ । ରାଜ୍ୟ ମିଳିତ ଶିକ୍ଷକ ଓ କର୍ମଚାରୀ ସଂଘ ସଭାପତି ଡ. ଉପେନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଗୁରୁ ପୂଜନ ଉତ୍ସବରେ ୟୁଟିଆ ସାଧାରଣ ସମ୍ପାଦକ ପ୍ରଣବ ରାଉତରାୟ ୩୧ତମ ରାଜ୍ୟ ସମ୍ମିଳନୀର ବିବରଣୀ ପାଠ ସହ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଅବଗତି ନିମନ୍ତେ ସ୍ମାରକ ପତ୍ର ପାଠ କରିବେ । ୟୁଟିଆ ପ୍ରାଥମିକସ୍ତରର ସାଧାରଣ ସମ୍ପାଦକ ଲକ୍ଷ୍ମଣ ମହାନ୍ତି ସ୍ମାରକ ପତ୍ର ପାଠ କରିବେ । ଅତିଥୁଗଣ ମିଳିତ ଶିକ୍ଷକ ଓ କର୍ମଚାରୀ ସଂଘର ସ୍ମରଣିକା "ଶିକ୍ଷକ ବାର୍ତ୍ତା’ ଉନ୍ମୋଚନ କରିବେ । ମୁଖ୍ୟଅତିଥି ଓ ଅନ୍ୟ ଅତିଥି ଓଡିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା କୃତୀ ଶିକ୍ଷକଙ୍କୁ ଉପଢୌକନ, ପୁଷ୍ପଗୁଚ୍ଛ ଓ ମାନପତ୍ର ସହ ସମ୍ମାନିତ କରିବେ  ।