ସ୍କୁଲ ଘର ମରାମତିରେ ମହାଦୁର୍ନୀତି
କାଳିଆପାଣି : କାଳିଆପାଣି ଖଣି ଅଞ୍ଚଳ ରାଁଷୋଳ ପଞ୍ଚାୟତରେ ଥିବା ମହୁଲଖାଲ ସରକାରୀ ପ୍ରାଥମିକ ବିଦ୍ୟାଳୟ ମରାମତି କାର୍ଯ୍ୟରେ ଅନିୟମିତତାର ଗନ୍ଧ ଦେଖିବାକୁ ମିଳିଛି । ୨୦୨୩ /୨୪ଆର୍ଥôକ ବର୍ଷରେ ଉକ୍ତ ସ୍କୁଲର ଏକ ପୁରାତନ ଶ୍ରେଣୀ ଗୃହର ମରାମତି କାର୍ଯ୍ୟ କରାଯାଇଥିଲା । ବିଭାଗୀୟ ଅର୍ଥାତ ସୁକିନ୍ଦା ବ୍ଲକ ବିଭାଗୀୟ ଅଧୀନରେ ଉକ୍ତ ମରାମତି କାର୍ଯ୍ୟ କରାଯାଇଥିଲା । ହେଲେ ପରିତାପର ବିଷୟ, ମରାମତି କାର୍ଯ୍ୟର ୧ ବର୍ଷ ପୂରଣ ନହେଉଣୁ ହୋଇଥିବା ଛାତର ଭିତର ପଟୁ ପ୍ଲାଷ୍ଟର ଫାଟି ତଳେ ପଡିବା ଆରମ୍ଭ ହୋଇଛି । ଦୁଇଦିନ ପୂର୍ବେ ସ୍କୁଲ ଗୃହ ଭିତରେ ଛାତ୍ରଛାତ୍ରୀ ନଥିବା ସମୟରେ ଏହି ଅଘଟଣ ଘଟିଥିଲା । ନଚେତ ଯଦି ସ୍କୁଲ ପିଲା ଶ୍ରେଣୀଗୃହରେ ଉପସ୍ଥିତ ସମୟରେ ଏହି ଅଘଟଣ ଘଟିଥାନ୍ତା ତେବେ ଏକାଧିକ ଶିଶୁ କ୍ଷତାକ୍ତ ହୋଇଥାନ୍ତେଏଥିରେ ତିଳେମାତ୍ର ସନେ୍ଦହ ନାହିଁ । ମରାମତି ହୋଇଥିବା କାମର ମାନ ଏତେ ନିମ୍ନ ମାନର ଯେ ସମୁଦାୟ ଦୁଇଟି ଶ୍ରେଣୀଗୃହର ଛାତରୁ ବାଲି ସିମେଂଟ ଆପେଆପେ ଖସି ପଡିଥିବାର ଦେଖିବାକୁ ମିଳିଛି । ତରବରିଆ ଭାବେ କେବଳ ର...ଠ.. କାମ କରି ଠିକାଦାର ଏବଂ ବିଭାଗୀୟ ଯନ୍ତ୍ରୀ ବିଲ ଉଠାଇ ନେଇଥିବା ସ୍ପଷ୍ଟ ଜାଣିହେଉଛି । ଶ୍ରେଣୀ ଗୃହର ଝରକା ଗୁଡିକ ତଳକୁ ଝୁଲି ପଡ଼ିଥିବା ଦେଖିବାକୁ ମିଳିଛି କ୍ଷ ମାତ୍ର ଏକବର୍ଷ ମଧ୍ୟରେ ସ୍କୁଲ କାନ୍ଥ ବାଡ଼ ରୁ ରଙ୍ଗ ଉଡିଯାଇଥିବା ଦେଖିବାକୁ ମିଳିଛି କ୍ଷ ସତେ ଯେମିତି କିଛି ମରାମତି କାମନକରି କେବଳ ରଙ୍ଗ ବୋଳି କାମଶେଷ କରିଦିଆଯାଇଛି ।
ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସୀତା ହେମ୍ବ୍ରମ ଅଭିଯୋଗ କରିଛନ୍ତି ଯେ ଯଦି ସେଦିନ ପିଲାମାନେ ବସିଥିବା ଅବସ୍ଥାରେ ଛାତ ଗଳି ପଡିଥାନ୍ତା ଏବଂ କିଛି ଛାତ୍ରଛାତ୍ରୀ କ୍ଷତାକ୍ତ ହୋଇଥାନ୍ତେ ତେବେ ସେଥିପାଇଁ ଉତ ଦାୟୀ କିଏ ହୋଇଥାନ୍ତା । ବ୍ଲକସ୍ତରୀୟ ଉଚ୍ଚ ପଦାଧିକାରୀଙ୍କୁ ଏବିଷୟରେ ଅବଗତ କରିଛି ବୋଲି ସେ କହିଛନ୍ତି । ସ୍ଥାନୀୟ ନିବାସୀ ଓ ଅଭିଭାବକ ମାନଙ୍କ ପକ୍ଷରୁ ଏହାର ଉଚ୍ଚ ସ୍ଥରୀୟ ତଦନ୍ତ କରାଯିବାକୁ ଦାବି କରାଯାଇଛି ।