ସଂସ୍କୃତ କଲେଜ ଶେଷ ବର୍ଷ ଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

 ଆନନ୍ଦପୁର : ଟୁକୁଣା ସ୍ଥିତ ବଳଭଦ୍ର ନାରାୟଣ ସରକାରୀ ସରକାରୀ ସଂସ୍କୃତ ମହାବିଦ୍ୟାଳୟର ଶାସ୍ତ୍ରୀ (+୩)ଶେଷ ବର୍ଷ ଛାତ୍ରଛାତ୍ରୀଙ୍କୁ କଲେଜ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଅଧ୍ୟକ୍ଷ ମନୋରଞ୍ଜନ ପାଢ଼ୀଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷା ଇନ୍ଦିରା ପ୍ରିୟଦର୍ଶିନୀ ଚକ୍ର ଯୋଗ ଦେଇ ବିଦାୟୀ ଛାତ୍ର ଛାତ୍ରୀ ମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିବା ସହିତ ଚାପ ମୁକ୍ତ ହୋଇ ପରୀକ୍ଷା ଦେବାକୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟ୍ୟରେ ବରିଷ୍ଠ ଅଧ୍ୟାପକ ଡ଼ଃ ଗୋପିନାଥ ପଣ୍ଡା, ସୁଦର୍ଶନ ସାହୁ, ଡ. ଭୋଳେଶ୍ୱର ପ୍ରଧାନ, ନବକୁମାର ପଣ୍ଡା, ଯଦୁମଣୀ ମିଶ୍ର ଏବଂ ବିଜୟ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ରହି ବିଦାୟୀ ଛାତ୍ରଛାତ୍ରୀଙ୍କ ଉଦେଶ୍ୟରେ ସେମାନଙ୍କ ମତ ଉପସ୍ଥାପନ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ରୋଜାଲିନ ଦାଶ, ପଙ୍କଜ ଜେନା, ନିର୍ମଳା ଜେନା, ଅଙ୍କିତା ଉପଧେୟ, ସୁନୟନା ଶର୍ମା, ମନ୍ମଥ ମିଶ୍ର, ପ୍ରକାଶ ଜେନା, ଶ୍ରୀତମ ଜେନା, ସତ୍ୟ ନାୟକ, ତ୍ରିବେଣୀ ଦାସ, ସବିତା ମଲ୍ଲିକ, ସ୍ୱପ୍ନରାଣୀ ଦାସ, ପୀତବାସ ଦାସ, ମୋନାଲିସା ମହାନ୍ତି, ପ୍ରୀତିରାଣୀ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।