ନଦୀ ବନ୍ଧ କାଟି ବେଆଇନ୍ ଘର ନିର୍ମାଣ
ବିଞ୍ଝାରପୁର : ଜଳ ସମ୍ପଦ ଅଧୀନରେ ଥିବା ନଦୀ ବନ୍ଧକୁ କାଟି ବେଆଇନ୍ ଭାବେ ଘର ନିର୍ମାଣ କରାଯାଉଛି । ଯାହାକୁ ନେଇ ଜଳ ସମ୍ପଦ ବିଭାଗ ପକ୍ଷରୁ ଥାନା, ତହସିଲରେ ଅଭିଯୋଗ କରାଯାଇଛି । ଏଭଳି ଅଭିଯୋଗ ବିଞ୍ଝାରପୁର ଥାନା ଅନ୍ତର୍ଗତ ସିଂହପୁର ପଞ୍ଚାୟତରୁ ଆସିଛି । ଗ୍ରାମର ରବୀନ୍ଦ୍ର ବେହେରା ଓ ପୂର୍ଣ୍ଣଚନ୍ଦ୍ର ବେହେରା ଖରସ୍ରୋତା ନଦୀ ବନ୍ଧକୁ କାଟି ଗୃହ ନିର୍ମାଣ କରୁଥିବା ଜଳ ସମ୍ପଦ ବିଭାଗ ବିଞ୍ଝାରପୁର ନଜରକୁ ଆସିବା ପରେ ବିଭାଗ ପକ୍ଷରୁ ବାରଣ କରଯାଇଥିଲା । ବିଭାଗୀୟ ତାଗିଦ୍ ସତ୍ୱେ ରବୀନ୍ଦ୍ର ଓ ପୂର୍ଣ୍ଣଚନ୍ଦ୍ର ନିର୍ମାଣ କାର୍ଯ୍ୟ ଜାରି ରଖିଥିଲେ । ତେବେ ଏନେଇ ବିଞ୍ଝାରପୁର ଥାନା, ଜରି ଫାଣ୍ଡି, ତହସିଲଦାର କାର୍ଯ୍ୟାଳୟ ସହ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀଙ୍କୁ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ପାଇଁ ଲିଖିତ ଜଣାଇଛନ୍ତି ସିଂହପୁର ଜଳସମ୍ପଦ ସେକ୍ସନର ସହକାରୀ ଯନ୍ତ୍ରୀ ବିମଳ ଚନ୍ଦ୍ର ବେହେରା । ପୂର୍ଣଚନ୍ଦ୍ରଙ୍କ ଏଭଳି ବେଆଇନ୍ ନିର୍ମାଣକୁ ବିରୋଧ କରି ଗ୍ରାମର ଅନ୍ତର୍ଯ୍ୟାମୀ ବେହେରା କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଉକ୍ତ ସ୍ଥାନରେ ୧୬୩ ବିଏନଏସଏସ୍ ଧାରା ଲାଗୁ ହୋଇଥିବା ଜଣାପଡିଛି ।