ସାଲେପୁର ଫାର୍ମାସୀ କଲେଜରେ ବିଶ୍ୱ ଫାର୍ମାସୀ ଦିବସ ପାଳିତ
ସାଲେପୁର : ଆଜି ସାଲେପୁର ଇନଷ୍ଟିଚୁ୍ୟଟ ଅଫ୍ ଫାର୍ମାସି ଆଣ୍ଡ ଟେକ୍ନୋଲୋଜିରେ ବିଶ୍ୱ ଫାର୍ମାସୀ ଦିବସ ପାଳନ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ପ୍ରବିର କୁମାର ସିହ୍ନା ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦକ ରବିନ୍ଦ୍ର ନାଥ କର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସର୍ବପ୍ରଥମେ ଅନୁଷ୍ଠାନର ପ୍ରାଣ ପ୍ରତିଷ୍ଠାତା ସ୍ୱର୍ଗତ ଜଷ୍ଟିସ ଯୁଗଳ କିଶୋର ମହାନ୍ତିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ସଂକଳ୍ପବଦ୍ଧ ହୋଇ ରୋଗୀ ଚିକିତ୍ସାରେ ନିଜକୁ ନିୟୋଜିତ କରିବା ସହିତ ଔଷଧ ଗବେଷଣା ଦିଗରେ କିପରି ଆହୁରି ଅଧିକ ବିନିଯୋଗ କରିହେବ ସେ ସମ୍ପର୍କରେ ଉଦ୍ବୋଧନ ଦେଇଥିଲେ । ଅନୁଷ୍ଠାନର ଟିଆର୍ସିଏ କ୍ଲବ୍ ପକ୍ଷରୁ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ଅଧ୍ୟାପକ ଶାରଦା ପ୍ରସାଦ ଷଢଙ୍ଗୀ, ଚିନ୍ମୟୀ ପଣ୍ଡା ପ୍ରମୁଖଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ସହଯୋଗ କରିଥିଲେ ।