ରକ୍ତଦାନ ଶିବିର

ସମ୍ବଲପୁର : ଜିଲ୍ଲା ମୁଖ୍ୟ ଚିକିସôାଳୟ ରକ୍ତ ଭଣ୍ଡାର ଠାରେ ସମବାୟ ବିଭାଗ, ସମ୍ବଲପୁର ଦ୍ୱାରା ଜିଲ୍ଲା ରେଡକ୍ରସ ସୋସାଇଟିର ସହଯୋଗରେ ଏକ ସ୍ୱଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଉକ୍ତ ରକ୍ତଦାନ ଶିବିରରେ ଗଜେନ୍ଦ୍ର କୁମାର ପଣ୍ଡା ସମବାୟ ସମିତି ସମୂହର ଉପନିବନ୍ଧକ, ସମ୍ବଲପୁର ବିଭାଜନ, ଅଜିତ କୁମାର ବଗର୍ତ୍ତି, ସମବାୟ ସମିତି ସମୂହର ସହକାରୀ ନିବନ୍ଧକ, ସମ୍ବଲପୁର ମଣ୍ଡଳ, ସୁଶୀଲ କୁମାର ମିଶ୍ର, ସମବାୟ ସମିତି ସମୂହର ଉପ ସହକାରୀ ନିବନ୍ଧକ, ସମ୍ବଲପୁର ଉପସ୍ଥିତ ରହି ରକ୍ତଦାନ ଶିବିରକୁ ପରିଚାଳନା  କରିଥିଲେ  ।  ଶିବିରରେ ୩୮ ଜଣ ସ୍ୱଚ୍ଛାକୃତ ରକ୍ତଦାନ କରିଥିଲେ । ଶିବିରରେ ସଦର ଉପଖଣ୍ଡ ଅନ୍ତର୍ଗତ ସମବାୟ ସମିତି ଗୁଡିକର କର୍ମଚାରୀ ଓ ସଭ୍ୟମାନଙ୍କ ଦ୍ୱାରା  ଦାନ କରାଯାଇଥିଲା  । ଅଧିକାରୀ ମାନେ ରକ୍ତଦାନ କରିଥିବା ବ୍ୟକ୍ତି ମାନଙ୍କୁ ରକ୍ତଦାନର ପ୍ରମାଣପତ୍ର ପ୍ରଦାନ କରିଥିଲେ ।