ପାକର ଦାବି : ୭ ସହରରେ ‘ସିନ୍ଦୂର’ ପ୍ରହାର

ନୂଆଦିଲ୍ଲୀ :  ଭାରତ ଉପରେ ଆକ୍ରମଣ ପାଇଁ ପାକ୍ ୪୮ ଘଣ୍ଟାର ଯୋଜନା କରିଥିଲା  । ହେଲେ ୮ ଘଣ୍ଟାରେ ପାକ୍ର ଯୋଜନା ପଣ୍ଡ ହୋଇଯାଇଥିଲା  । ସିଡ଼ିଏସ ଅନୀଲ ଚୌହ୍ୱାନ ଏହାର ରହସ୍ୟ ଭେଦ କରିଛନ୍ତି  । ବହୁ ଦୂରରୁ ଭାରତର ଆକ୍ରମଣ ଫଳରେ ପାକର ବହୁ କ୍ଷତି ଘଟିଥିଲା  । ଯଦି ଏହା ଆଉ କିଛି ସମୟ ଚାଲେ ତେବେ ପାକ ଆହୁରି କ୍ଷତି ସହିବ ବୋଲି ଭାବିଥିଲା  । ସେଥିପାଇଁ ଆଲୋଚନା ନିମନ୍ତେ ନିଜ ଆଡୁ ଫୋନ୍ କରିଥିଲା ବୋଲି ସିଡ଼ିଏସ ଶ୍ରୀ ଚୌହ୍ୱାନ କହିଛନ୍ତି  । ପୁନେ ବିଶ୍ୱବିଦ୍ୟାଳୟରେ ସେ କହିଛନ୍ତିଯେ, ମେ’ ୧୦ ତାରିଖ ରାତି ଗୋଟାଏ ବେଳକୁ ସେମାନେ ଭାରତ ଉପରେ ୪୮ ଘଣ୍ଟାର ଆକ୍ରମଣ ଯୋଜନା କରିଥିଲେ  । ଆମେ ପାକର ଆତଙ୍କୀ ଆଡ୍ଡା ଉପରେ ଆକ୍ରମଣ କରିଥିବାବେଳେ ସେମାନେ କିନ୍ତୁ ଭାରତ ଉପରେ ଆକ୍ରମଣ ପାଇଁ ଚାହୁଁଥିଲେ  । ମେ’ ୭ରେ ଆକ୍ରମଣ ପରେୂ ଭାରତ ଏନେଇ ପାକକୁ ସୂଚନା ବି ଦେଇଥିଲା  । ଯଦି ପାକ୍ ଆକ୍ରମଣ କରିବେ ଭାରତ ମଧ୍ୟ ପ୍ରତିଜବାବ ଦେବବୋଲି ଚେତାବନୀ ଦିଆଯାଇଥିଲା  ।