ସିଭିଲ୍ ସୋସାଇଟିର ନୂତନ କର୍ମକର୍ତ୍ତା ଚୟନ

 ବେତନଟୀ  : ସ୍ଥାନୀୟ ବନ୍ଧନ କଲ୍ୟାଣ ମଣ୍ଡପରେ ବେତନଟୀର ଅନ୍ୟତମ ଅଗ୍ରଣୀ ସମାଜସେବା ଅନୁଷ୍ଠାନ ସିଭିଲ ସୋସାଇଟିର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି  । ଏହି ସଭାରେ ଆଗାମୀ ତିନିବର୍ଷ ନିମନ୍ତେ ନୂତନ କର୍ମକର୍ତ୍ତା ମଣ୍ଡଳୀ ଗଠନ କରାଯାଇଥିଲା  । ଏଥିରେ ନିର୍ବାଚନ ଅଧିକାରୀ ଭାବେ ମୟୂର ସାହିତ୍ୟ ସଂସଦର ସମ୍ପାଦକ ଯତୀନ୍ଦ୍ର ନାଥ ସାହୁ ନିର୍ବାଚନ ପରିଚାଳନା ସହ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ ଶପଥପାଠ କରାଇଥିଲେ । ନବନିର୍ବାଚିତ କର୍ମକର୍ତ୍ତାମାନେ ହେଉଛନ୍ତି ସଭାପତି ଚୂଡ଼ାମଣି ମହାପାତ୍ର, କା. ସଭାପତି ହରିଶଚନ୍ଦ୍ର ନନ୍ଦ ଗୋସ୍ୱାମୀ, ଉପସଭାପତି ଅରୁଣ ଓତା, ସାଧାରଣ ସମ୍ପାଦକ ସଚ୍ଚିଦାନନ୍ଦ ମହାନ୍ତି, ଯୁଗ୍ମ ସାଧାରଣ ସମ୍ପାଦକ ରବୀନ୍ଦ୍ରନାଥ ମିଶ୍ର, ଯୁଗ୍ମ ସମ୍ପାଦକ ଡ. ରମାକାନ୍ତ ମହାନ୍ତି, ସଙ୍ଗଠନ ସମ୍ପାଦକ ରବୀନ୍ଦ୍ରନାଥ ପ୍ରଧାନ, ସହସମ୍ପାଦକ ରବୀନ୍ଦ୍ରନାଥ ଖଟୁଆ, କୋଷାଧ୍ୟକ୍ଷ ହରେନ୍ଦ୍ର ନାଥ ବାରିକ, ହିସାବ ନିରୀକ୍ଷକ ରାମଚନ୍ଦ୍ର ପଣ୍ଡା ପ୍ରମୁଖ  । ଏତଦ୍ବ୍ୟତୀତ କାର୍ଯ୍ୟକାରୀ କମିଟିରେ  ବାସନ୍ତୀ ସାହୁ, ଗଣେଶ ଚନ୍ଦ୍ର ସାହୁ, ଭୀମ ଚରଣ ପାତ୍ର, ସହଦେବ ଗିରି ଓ ଦୁର୍ଯେ୍ୟାଧନ ସିଂ ରହିଛନ୍ତି  । ଉପଦେଷ୍ଟା ମଣ୍ଡଳୀରେ ସର୍ବସମ୍ମତିକ୍ରମେ ବାସୁଦେବ ନାପିତ, ରାଧାକ୍ରିଷ୍ଣ ପାତ୍ର, ଯତୀନ୍ଦ୍ରନାଥ ସାହୁ, ବିଦ୍ୟାଧର ମହାପାତ୍ର ଓ କମଳ ଲୋଚନ ମହାପାତ୍ର ପ୍ରମୁଖ ନିର୍ବାଚିତ ହୋଇଛନ୍ତି ।