୨୮ରେ ଢେଙ୍କାନାଳ ନାମକରଣ ସମାରୋହ
ଢେଙ୍କାନାଳ: ସିଦ୍ଧ ଶ୍ରୀକ୍ଷେତ୍ର ଢେଙ୍କାନାଳ ପରିକ୍ରମା ପରିବାର ପକ୍ଷରୁ ଆସନ୍ତା ୨୮ତାରିଖ ଢେଙ୍କାନାଳ ନାମକରଣ ଦିବସ ଆୟୋଜିତ ହେବ ବୋଲି ସୂଚନା ଦିଆଯାଇଛି । ଏଥିପାଇଁ ପରିକ୍ରମା ପରିବାର ପକ୍ଷରୁ ସ୍ଥାନୀୟ ଦଧିବାମନଜିଉ ମନ୍ଦିର ପ୍ରାଙ୍ଗଣରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆର୍ଯ୍ୟରନô ଚକ୍ରଧର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ଢେଙ୍କାନାଳ ନାମକରଣ ଦିବସ ସମାରୋହ ଶ୍ରୀଗୁଣ୍ଡିଚା ପରଦିନ ପାଳନ କରାଯିବ ବୋଲି ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୨୮ତାରିଖ ସ୍ଥାନୀୟ ରାଜବାଟୀ ସ୍ଥିତ ରଙ୍ଗ ମହଲ ତଥା ଶଙ୍କର ମହଲ ପରିସରରେ ପୂର୍ବାହ୍ନ ସାଢେ ୧୦ଟାରେ ସେ ନେଇ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ ହେବ । ସେହିପରି ଅପରାହ୍ନରେ ସ୍ଥାନୀୟ ଗୋପବନ୍ଧୁ ଟାଉନ ହଲ୍ ଠାରେ ଭଜନ ସମାରୋହ ଓ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସଭା ଅନୁଷ୍ଠିତ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ପରିକ୍ରମା ପରିବାରର ମୁଖ୍ୟ ସଂଯୋଜକ ଅବନୀ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପରେଶ ଚନ୍ଦ୍ର ପଟ୍ଟନାୟକ, ନିର୍ମଳା ମହାପାତ୍ର, ମନୋରମା ସିଂହ, ପୁରୁଷୋତ୍ତମ ନନ୍ଦ, ଶତୃଘ୍ନ ମାଟି, କମଳ କୁମାର ନନ୍ଦ, ସ୍ନିଗ୍ଧା ନନ୍ଦ ଓ ଦୁର୍ଗାଚରଣ ମହାପାତ୍ର ପ୍ରମୁଖ ଆଲେଚନାରେ ଅଂଶଗ୍ରହଣ କରିଥିଲେ । ଶୈଳବାଳା ମିଶ୍ର ସ୍ୱାଗତ ଭାଷଣ ଦେଇଥିବାବେଳେ ଶେଷରେ ମାମିନା ଦୀକ୍ଷିତ ଧନ୍ୟବାଦ ଅର୍ପଣ କରିଥିଲେ ।