ସୀମାନ୍ତ ସୁକୁମାରେ ଜଣେ ମାଓବାଦୀର ଆତ୍ମସମର୍ପଣ
ଆଜି ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କାରୀ ମାଓବାଦୀର ନାମ ପାଣ୍ଡୁ ମାଡକାମ ହୋଇଥିବା ବେଳେ ସେ ଅନେକ ହିଂସାକାଣ୍ଡରେ ଜଡିତ ଥିଲେ । ତେବେ ମାଓ ସଂଗଠନ ନିଜର ନୀତି ଆଦର୍ଶ ହରାଉଥିବା ବେଳେ ସାଧାରଣ ଜନତାଙ୍କୁ ନିଜର ଟାର୍ଗେଟ କରୁଥିବାରୁ ସେ ସାଧାରଣ ଜୀବନ ଜାପାନ କରିନପାରି ନିଷ୍ପତ୍ତି ନେଇ ଆତ୍ମସମର୍ପଣ କରିଥିବା ଜଣା ପଡିଛି । ତାଙ୍କର ଆତ୍ମସମର୍ପଣ ବେଳେ ସୁକୁମ ଏସ୍ପିଙ୍କ ସହ ସିଆରପିଏଫର ଇନ୍ସପେକ୍ଟର ସୁଜିତ କୁମାର ମଧ୍ୟ ଉପସ୍ଥିତ ଥିଲେ । ନକ୍ସଲବାଦ ବିଲୋପ ଏବଂ ପୁନର୍ବାସ ନୀତି ଅଧୀନରେ ତାଙ୍କୁ ସମସ୍ତ ସହାୟତା ଏବଂ ଅନ୍ୟାନ୍ୟ ସୁବିଧା ଦିଆଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।