ନିଆରା ପରମ୍ପରା "ସହରାୟ' ପର୍ବ ପାଳିତ

।ା ପ୍ରଭାନୁ୍ୟଜ୍ ।ା ବୈଶିଙ୍ଗା:  ବୈଶିଙ୍ଗା ଥାନା ଅଧିନ ଗଡଦେଉଳିଆ ପଞ୍ଚାୟତର ଭାନୁପୁର ଗ୍ରାମରେ  ଏହି ନିଆରା  "ସହରାୟ" ପର୍ବ ବୁଧବାର ଅନୁଷ୍ଠିତ ହୋଇଥିଲା  । ପ୍ରାପ୍ତ ସୂଚନା ମୁତାବକ ଏହି ପର୍ବଟି ସାନ୍ତାଳମାନଙ୍କ କାଳୀପୂଜା ଅମାବସ୍ୟାରୁ ଆରମ୍ଭ ହୋଇ ପୂର୍ଣ୍ଣମିରେ ଶେଷ ହୋଇଥାଏ । ଏହି ପର୍ବଟି ପାଞ୍ଚ ଦିନ ଧରି ଚାଲିଥିବା ବେଳେ ପ୍ରଥମ ଦିନରେ ଗ୍ରାମବାସୀଙ୍କ ସହିତ ଗ୍ରାମର ପୂଜକ ପଡିଆରେ ପୂଜାର୍ଚ୍ଚନା କରି ଗୋରୁ ଗାଈମାନଙ୍କୁ ଅଣ୍ଡା ମଡା କରିଥିଲେ  । ଦ୍ୱିତୀୟ ଦିନରେ ସନ୍ଧ୍ୟା ସମୟରେ ସମସ୍ତ ଗୁହାଳକୁ ଯାଇ ଗୋରୁ ଗାଈଙ୍କୁ ସମୂହ ବନ୍ଦନା ଗୀତ ଗାଈ ବନ୍ଦାପନା କରାଯାଇଥିଲା । ତୃତୀୟ ଦିନରେ ଗ୍ରାମବାସୀମାନେ ସମସ୍ତଙ୍କ ଗୋଟିଏ ଗୋଟିଏ ଗୋରୁକୁ ସୁ-ସଜ୍ଜିତ କରି ପଡିଆରେ ବନ୍ଧା ଯାଇଥିଲା । ସମସ୍ତେ ନିଜ ନିଜ ଗୋରୁଙ୍କୁ ବନ୍ଦାପନା କରି ପୂଜାର୍ଚ୍ଚନା କରି ଧୂମସା, ମାଦଳ ଓ ନାଗରା ବଜାଇ ନୃତ୍ୟ ଗୀତରେ ମସଗୁଲ ହୋଇଥିଲେ । ଏହି ବନ୍ଦାଣ ପର୍ବକୁ ଉପଭୋଗ କରିବା ପାଇଁ  ଶତାଧିକ ଲୋକେ ସାସ୍କୃତିକ ବେଶ ପୋଷାକରେ ସାମିଲ୍ ମଧ୍ୟ ହୋଇଥିଲେ ।