ଶ୍ରୀକୃଷ୍ଣଙ୍କୁ ଗାନ୍ଧାରୀଙ୍କ ଅଭିଶାପ
କିଛିକ୍ଷଣ ପରେ ପ୍ରକୃତିସ୍ଥ ହୋଇ ଧୃତରାଷ୍ଟ୍ର ଗାନ୍ଧାରୀ, ସଞ୍ଜୟ ବିଦୁରଙ୍କ ସହିତ ରଥରେ ବସି କୁରୁକ୍ଷେତ୍ରର ସଂଗ୍ରାମସ୍ଥଳକୁ ବାହାରିଲେ । ସେମାନଙ୍କ ସହିତ ଶ୍ରୀକୃଷ୍ଣ ଓ ପାଣ୍ଡବମାନେ ଅନେକ ରଥରେ ବସି ଚାଲିଲେ । କୁରୁକ୍ଷେତ୍ର ମଣ୍ଡଳରେ ପହଞ୍ôଚ ଗାନ୍ଧାରୀ କହିଲେ- ହେ, କୃଷ୍ଣ! ଏବେ ଅନ୍ଧ ପୁଟୁଳି ଖୋଲି ସ୍ୱଚକ୍ଷୁରେ ନିଜ ବଂଶର ଧ୍ୱଂସ ଲୀଳା କିପରି ଘଟିଛି, ତାହା ଦେଖିବି । ଗାନ୍ଧାରୀ ଦେବୀ ପୁଣି କହିଲେ ହେ କୃଷ୍ଣ! ଦେଖ ଦେଖ କିପରି ଦ୍ୱାଦଶ ଯୋଜନ ପର୍ଯ୍ୟନ୍ତ ମୃତପିଣ୍ଡ ପଡି ରହିଛି । କେତେ ଐଶ୍ୱର୍ଯ୍ୟଶାଳୀ ରାଜା, ମହାରାଜା, ରଥୀ, ମହାରଥୀମାନେ ଜଣ ଜଣକୁ ଆଲିଙ୍ଗନ କରି ଶୋଇବା ପରି ମୃତବତ ଭୂମିରେ ଲୋଟୁଛନ୍ତି । ସେମାନଙ୍କ ହାତର ରତ୍ନ କଙ୍କଣର ତେଜ କିପରି ଚିକଚିକ କରୁଛି ।
ବ୍ୟାକୁଳ ହୋଇ ଗାନ୍ଧାରୀ ଦେଖିଲେ ଗଙ୍ଗାପୁତ୍ର ପିତାମହ ଭୀଷ୍ମଦେବ ଶରଶର୍ଯ୍ୟାରେ ଶୋଇ ଇଛାମୃତ୍ୟୁକୁ ବରଣ କରି ନେଇଛନ୍ତି । ଭୀଷ୍ମଙ୍କ ପାଇଁ କୁରୁବଂଶ ଧନ୍ୟ ହୋଇଗଲା । ଏପରି ପୁଅ କ’ଣ ଆଉ ଜନ୍ମ ହେବେ? ଯିଏକି ନିଜ ପିତାଙ୍କ ପାଇଁ ଦାରା ସଂହରଣ କରିପାରିବ ? ଭୀଷ୍ମଦେବ ପାଣ୍ଡବମାନଙ୍କ ପ୍ରୀତି ପାଇଁ ନିଜେ ମୃତ୍ୟୁ ଲଭିଲେ । ଏହା କହି ଦେବୀ ଗାନ୍ଧାରୀ କ୍ରନ୍ଦନ କରିବାରେ ଲାଗିଲେ । ଆଗରେ ଦେବୀ ଆଚାର୍ଯ୍ୟ ଦ୍ରୋଣଙ୍କର ଶବ ଦେଖି କହିଲେ । ପାଣ୍ଡବ ଦ୍ରୋଣାଚାର୍ଯ୍ୟଙ୍କୁ ମାରି ଗୁରୁହତ୍ୟା କରିଛନ୍ତି, ତେଣୁ ପାଣ୍ଡବମାନଙ୍କ ମୁଖ ସେ ଚାହିଁବେ ନାହିଁ । ନିଜର ପିଲାର ଓ ଗୁରୁଙ୍କୁ ମାରି ପାଣ୍ଡବମାନେ କି ଯଶ ଅର୍ଜନ କଲେ ? ଶୋକକରି ଗାନ୍ଧାରୀ ଆଗକୁ ଚଳିଯାଇ ଦେଖିଲେ ଶରାଘାତରେ ସୂର୍ଯ୍ୟପୁତ୍ର କର୍ଣ୍ଣଙ୍କ ଶବ ପଡିଅଛି । ଦୋ÷ଡିଯାଇ କର୍ଣ୍ଣଙ୍କ ଶବକୁ ଗାନ୍ଧାରୀ କୋଳକରି ଧରି କାନ୍ଦି କାନ୍ଦି କହିଲେ- ବାବୁ! ତୋ ଠାରୁ କପଟରେ କବଚ କୁଣ୍ଡଳ ହରଣ କରିନେଲେ ଇନ୍ଦ୍ର ଦେବତା । କର୍ଣ୍ଣ ପରା ପାଣ୍ଡବମାନଙ୍କ ସୋଦର କୃଷ୍ଣ! କିପରି ସେମାନେ ଏହାକୁ ବଧ କଲେ ? କୃଷ୍ଣ! ଏସବୁ ହେଉଛି ତୁମ୍ଭର ଚକ୍ରାନ୍ତ ।
ରୋଦନ କରି କରି ମାତା ଗାନ୍ଧାରୀ ଆଗକୁ ଯାଇ ଦେଖିଲେ ଦୁଃଶାସନର ଶରୀର ରକ୍ତରେ ବୁଡିଯାଇଛି । ରକ୍ତସ୍ନାତ ଦୁଃଶାସନର ଶବକୁ ଦେଖି ବାହୁନି ବାହୁନି ଗାନ୍ଧାରୀ କହିଲେ- ଧକ ଭୀମ, ଧିକ ତୋର ପ୍ରତିଜ୍ଞାକୁ । ଦୋ÷ପଦୀର କେଶ ବାନ୍ଧିବାକୁ ଦୁଃଶାସନର ବାହୁ ଉପାଡି ସେହି ରକ୍ତରେ ତାହାର କେଶ ବାନ୍ଧିଲୁ । ପୁଣି ତାର ବିଷ ବିଦାରଣ କରି ରକ୍ତପାନ କଲୁ । ଭୀମସେନ କହିଲେ ଦ୍ରୋ÷ପଦୀର କେଶ ଯେଉଁ ହାତରେ ସେ ଧରିଥିଲା, ମୁଁ ପ୍ରତିଜ୍ଞା ଯୋଗୁ ସେହି ହାତ କେବଳ ଉପାଡିଛି । ସେହି ରକ୍ତକୁ ଓଠ ଓ ପାଟିରେ ବୋଳି ଦେଇଛି । ରକ୍ତପାନ କରିଥିଲେ ଅପକୀର୍ତ୍ତି ହୋଇଥାନ୍ତା ।
ବିଦୁରକୁ ଧରି ଗାନ୍ଧାରୀ ପୁଣି ଆଗକୁ ଯାଇ ଦେଖିଲେ ମନ୍ତ୍ରୀବର ଶକୁନିର ଶବ ପଡିଅଛି । ନିଜ ଭାଇ ଶକୁନିର ଶବଧରି ଗାନ୍ଧାରୀ କହିଲେ ତୁ ଗାନ୍ଧାର ଦେଶ ଅଧିପତି । ମାନଗୋବିନ୍ଦ ତୋର ବଂଶକୁ ପାଷାଣ ଘରେ ପୁରାଇ ନାଶ କଲା । ତୋ ବୁଦ୍ଧିବଳରେ ସେଠାରୁ ବାହାରି ଉପାୟ କରି ମାନଗୋବିନ୍ଦର ବଂଶ ବୁଡାଇଲୁ । ହେ ଜଗୁନାହା; ଭାଇକୁ କ’ଣ ଦୋଷ ଦେବି ! ଶକୁନି ଯଦି କୁଟବୁଦ୍ଧି କରିନଥାନ୍ତା । ମୋର ଶତପୁତ୍ର କ’ଣ ମରିଥାନ୍ତେ ? କୁରୁବଳ ଓ ପାଣ୍ଡବମାନଙ୍କ ମଧ୍ୟରେ କଳିର ମଞ୍ଜି ଏହି ଦୁଷ୍ଟବୁଦ୍ଧି ଶକୁନି ହିଁ ସୃଷ୍ଟି କଲା । ଏହାକରି ଦେବୀ ଗାନ୍ଧାରୀ ଚଳିଯାଆନ୍ତେ ଆଗରେ ଦେଖିଲେ ନିଜ ଜ୍ୱାଇଁ ଜଦ୍ୟରଥର ଶବ ପଡିଅଛି । ଶବକୁ ଦେଖି କୋହ ସମ୍ବରଣ କରିନପାରି ଗାନ୍ଧାରୀ କହିଲେ ଅର୍ଜୁନ ! କ’ଣ ପାଇଁ ଜଦ୍ୟରଥକୁ ମାରିଲୁ । ଦୃଶୀଳା କ’ଣ ତୁମ୍ଭର ଭଉଣୀ ନୁହେଁ ? ଟିକିଏ ଦୋଷ ତାହାର କ୍ଷମା କରିପାରିଲୁ ନାହିଁ ? ଫାଲଗୁନି କହିଲେ ମାତା ! କପଟ ଯୁଦ୍ଧରେ ଜଦ୍ୟରଥ ଅଭିମନ୍ୟୁକୁ ମରାଇଲା । ପୁଣି ବନବାସ କାଳରେ ଦ୍ରୋ÷ପଦୀଙ୍କୁ ହରଣ କରି ନେଉଥିଲା । ସେ ସମୟରେ ଏହାକୁ ଆମ୍ଭେ କ୍ଷମା କରି ଦେଇଥିଲୁ । ଶୋକାତୁରା ଗାନ୍ଧାରୀ ଆଗକୁ ଚାଲି ଚାଲି ଯାଇ ଦେଖିଲେ ତାଙ୍କର ଅଠାଣୋଇ ପୁତ୍ର ରକ୍ତ କାଦୁଅରେ ପଡି ରହିଛନ୍ତି । ପୁତ୍ରମାନଙ୍କ ରକ୍ତସ୍ନାତ ତଥା କର୍ଦ୍ଦମାକ୍ତ ମୃତପିଣ୍ଡ ଦେଖି ଉଚ୍ଚସ୍ୱରରେ କ୍ରନ୍ଦନ କରି ସେ ମୃଚ୍ଛା ହୋଇ ପଡିଗଲେ । କ୍ଷଣକେ ଚେତା ପାଇଁ ପୁତ୍ରମାନଙ୍କ ଶବକୁ ଆଲିଙ୍ଗନ କରି କହିଲେ ବାବୁରେ ତୁମ ସମ୍ପଦ ସମୟରେ ମୁଁ ଅନ୍ଧପୁଟୁଳି ବାନ୍ଧିଲି, ଏବେ ବିପଦ ବେଳେ ସବୁ ଦେଖିଲିରେ ବାବୁ! ୟେତେ ପୁତ୍ର ଜନ୍ମ କରି ଆଜି ମୁଁ ଅପୁତ୍ରିକ ହୋଇଲି । ବିଦୁର ଓ ସଞ୍ଜୟ ଦୁହେଁ ମାତା ଗାନ୍ଧାରୀକୁ ତୋଳିଧରି ପ୍ରବୋଧନ ଦେବାକୁ ଲାଗିଲେ । ପୁଣି କାନ୍ଦି କାନ୍ଦି ଗାନ୍ଧାରୀ ବ୍ୟାସ ସରୋବର ନିକଟକୁ ଚାଲିଲେ । ଆଗରେ ଦେଖିଲେ ମଣିମୟ ମୁକୁଟ ମଣ୍ଡିତ ଦୁର୍ଯ୍ୟୋଧନଙ୍କ ମୃତଦେହ ପଡିଅଛି । ତାହା ଅବଲୋକନ କରି ମାତା ଗାନ୍ଧାରୀ ଦୁର୍ଯ୍ୟୋଧନଙ୍କ ଗୁଣ ସ୍ମରଣ କରି ମୂଚ୍ଛା ଗଲେ । ସଚେତ ହୋଇ ଦେବୀ କାନ୍ଦି କାନ୍ଦି କହିଲେ- ଭୀମସେନ କାହିଁକି ଏପରି ଅଧମ କୃତ୍ୟ କଲୁ ? ଦୁର୍ଯ୍ୟୋଧନର ଜାନୁକୁ କାହିଁକି ଗଦାରେ ପିଟିଲୁ । କୋଟିଏ ରବି କିରଣ ରଶ୍ମୀକୁ ଜିଣି ଅନର୍ଘ ମଣି ମୁକୁଟକୁ ପାଦରେ ଦଳି ଚକଟି ଚୁରମାର କରି ଦେଲୁ । ଭୀମସେନ କହିଲେ- ମାତା ଦୁର୍ଯ୍ୟୋଧନ ଦ୍ରୌପଦୀଙ୍କ ବସ୍ତ୍ରହରଣ କରାଇଲା ଓ ଭାରି ସଭାରେ ତାହା ଜାନୁରେ ବସାଇବା ପାଇଁ ଇଙ୍ଗିତ କରିଥିଲା । ଆହୁରି ମଧ୍ୟ ଦ୍ରୋ÷ପଦୀଙ୍କ ଜାନୁ ମଧ୍ୟ ଦେଖିବାରୁ ଦ୍ରୌପଦୀ ତାହାକୁ ଜାନୁଭଗ୍ନ ହେବା ନିମିତ୍ତ ଶାପ ଦେଇଥିଲେ । ମାତା ! ଆପଣଙ୍କ ପୁତ୍ର ଅପାର ଦୋଷ କଲା । ଅଜାତ ଶତ୍ରୁ ଯୁଧିଷ୍ଠିରଙ୍କୁ କପଟରେ ଶକୁନି ସହିତ ଜୁଆ ଖେଳାଇ ଆମ୍ଭକୁ ତେରବର୍ଷ ପାଇଁ ବନକୁ ପଠାଇଲା । ଆମ୍ଭେମାନେ ବନରୁ ଫେରି ମାତ୍ର ପାଞ୍ଚଖଣ୍ଡ ପଡା ମାଗିବା ନିମନ୍ତେ ମଧ୍ୟସ୍ଥ ଭାବେ ଶ୍ରୀକୃଷ୍ଣଙ୍କୁ ପଠାଇଥିଲୁ । ସେତେବେଳେ ଯଦି ଆପଣ ପୁତ୍ରକୁ ତିଆରିଥିଲେ, ଆଜି ଏପରି ଅବସ୍ଥା ହୋଇନଥାନ୍ତା ଆପଣ କ’ଣ ଜାଣିନାହାନ୍ତି, ? ମତେ ମାରିବା ପାଇଁ ବିଷ ଲଡୁ ଖୁଆଇଥିଲେ । ପୋଡି ମାରିବା ପାଇଁ ଜତୁଗୃହ ନିର୍ମାଣ କରିଥିଲେ । ଭାଗ୍ୟବଳରୁ ଆମ୍ଭେମାନେ ବଞ୍ôଚଗଲୁ । ଏପରିକି ରାଜ୍ୟରେ ଆମ୍ଭମାନଙ୍କୁ ମାନଗୋବିନ୍ଦ ପୁରାଇ ଦେଲେ ନାହିଁ । ରାଜସଭାରେ ଶ୍ରୀକୃଷ୍ଣଙ୍କୁ ଅପମାନ ଦେଲା ଦୁର୍ଯ୍ୟୋଧନ । ସେତେବେଳେ ଦୁର୍ଯ୍ୟୋଧନକୁ ଆପଣ ବୁଝାଇଲେନି କାହିଁକି ମାତା । ନିଜ ପୁତ୍ରମାନଙ୍କ ଦୋଷକୁ ତମେ ନ ଦେଖିଲ କାହିଁକି ? ସେତେବେଳେ ଦୁର୍ଯ୍ୟୋଧନକୁ ନ ବୁଝାଇ, ଏବେ ଅଦୃଷ୍ଟକୁ ନିନ୍ଦି କାନ୍ଦୁଛନ୍ତି କ’ଣ ପାଇଁ ?
ଭୀମସେନଙ୍କର କଟୁକ୍ତି ଶୁଣି ମାତା ଗାନ୍ଧାରୀ ଦୁର୍ଯ୍ୟୋଧନକୁ କୋଳ କରି ରୋଦନ କରିବାକୁ ଲାଗିଲେ । କହିଲେ ଭୀମ ! ମାନଗୋବିନ୍ଦକୁ ମାରିବା ପରେ ତୋର ମନ କ’ଣ ଶାନ୍ତି ହେଲା ନାହିଁ ଯେ ତାହାର ଅନର୍ଘମଣି ମୁକୁଟକୁ ମର୍ଦ୍ଦନ କଲୁ କାହିଁକି ? ଦୁର୍ଯ୍ୟୋଧନକୁ ଆଉଁଶି ଆଉଁଶି କହିଲେ- ବାବୁ! ଉଠୁ, ଧୂଳିରେ ପଡିଛୁ କାହିଁକି ? ରାତି ପାହିଲାଣି ଉଠି ଯା, କେତେ ଶୋଇବୁ ବାବୁ ? ହଂସୁଲି ତୁଳିରେ ତତେ ନିଦ ହୁଏ ନାହିଁ । ଶତେକ ଯୁବତୀ ଚାମର ଢାଳୁଥିଲେ । ଯେଉଁ ଦେହରେ କସ୍ତୁରୀ ଚଳନ ପ୍ରଲେପ ଲାଗୁଥିଲା, ଆଜି ଏହି ଧୂଳି କାଦୁଅରେ ରକତମୟ ଶରୀର ନେଇ ପଡି ରହିଛୁ କାହିଁକି ? କିଛି ସମୟ ପରେ କୋହ ସମ୍ବରଣ କରି ମାତା ଗାନ୍ଧାରୀ କହିଲେ କୋ÷ରବ କାମିନୀମାନଙ୍କ ଦୁଃଖ ଦେଖି ସହି ହେଉନାହିଁ । କାହାର ସ୍ୱାମୀ ନାହିଁ, କାହାର ଭାଇ ନାହିଁ ତ କାହାର ପୁତ୍ର ନାହିଁ । ନିଜ ସ୍ୱାମୀ, ପୁତ୍ର ଓ ସନ୍ତାନମାନଙ୍କୁ ହରାଇ ସେମାନେ ସର୍ବଦା କ୍ରନ୍ଦନ କରୁଛନ୍ତି । କାକ, ଶୃଗାଳ, ଶ୍ୱାନ, ଗୃଧ୍ରମାନେ ଶହ ଶହ ମୃତପିଣ୍ଡକୁ ଭକ୍ଷଣ କରିବାରେ ଲାଗିଛନ୍ତି । ଯେଉଁ ନାରୀମାନଙ୍କୁ ଚନ୍ଦ୍ର ସୂର୍ଯ୍ୟ ଦେଖିନଥିଲେ ସେମାନେ ଆଜି କୁରୁକ୍ଷେତ୍ରରେ ବାତୁଳି ପରି କାନ୍ଦି କାନ୍ଦି ପ୍ରିୟଜନମାନଙ୍କୁ ଖୋଜିବାରେ ଲାଗିଛନ୍ତି । ଦେଖ କୃଷ୍ଣ! ଭାନୁମତୀ କିପରି ବିହ୍ୱଳ ହୋଇ ମୃତ ସ୍ୱାମୀ ମାନଗୋବିନ୍ଦର ଛାତିରେ ମୁଣ୍ଡ ପିଟି କ୍ରନ୍ଦନ କରୁଛି ? କୁରୁକ୍ଷେତ୍ରର ମୃତପିଣ୍ଡ ଭିତରେ ରୋରୁଦ୍ୟମାନା ନାରୀମାନଙ୍କର ବିକଳ କ୍ରନ୍ଦନ କ’ଣ କୃଷ୍ଣ, ଆପଣଙ୍କୁ ଦେଖାଯାଉନାହିଁ ?
ମନ୍ଦମନ୍ଦ ହସି ଶ୍ରୀକୃଷ୍ଣ କହିଲେ ସମସ୍ତେ ସମସ୍ତଙ୍କର କର୍ମଫଳ ହିଁ ଭୋଗ କରୁଛନ୍ତି । ମୁଁ ନିମିତ୍ତ ମାତ୍ର । ମାତା! ତୁମର ପୁତ୍ରମାନେ ମୋତେ ସଭାରେ ଅପମାନ ଦେଲେ । ଶାନ୍ତି ସ୍ଥାପନ ପାଇଁ ପାଣ୍ଡବମାନଙ୍କ ନିମନ୍ତେ ମାତ୍ର ପାଞ୍ଚଖଣ୍ଡ ପଡା ମାଗିଥିଲି । ଦୁର୍ଯ୍ୟୋଧନ ମୋ କଥା ଗ୍ରହଣ କଲା ନାହିଁ । ତେଣୁ ମୁଁ ପାଣ୍ଡବମାନଙ୍କ ପକ୍ଷରେ ରହି କାର୍ଯ୍ୟ କଲି । ଏଥିରେ ମୋର କ’ଣ ଦୋଷ ରହିଲା ।
ଶ୍ରୀକୃଷ୍ଣଙ୍କ କଥା ଶୁଣି ଗାନ୍ଧାରୀଙ୍କ ସମସ୍ତ କୋପ ତାଙ୍କ ଉପରେ ଉଛୁଳି ଉଠିଲା । ସେ କହିଲେ- ହେ କୃଷ୍ଣ ! ତୁ ହିଁ ମୋର ବଂଶକୁ ନାଶ କଲୁ ମୁଁ ଆଉ କାହାକୁ ଦୋଷ ଦେଉନାହିଁ । ତୁମେ ହିଁ ଦୁଇବଂଶ ମଧ୍ୟରେ ଶତ୍ରୁତା କରାଇଲ । ହେ କୃଷ୍ଣ ମୋ ବଂଶ ନାଶ ହେବା ପରି ତୁମର ବଂଶ ମଧ୍ୟ ଏହିପରି ସୋଦରଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ ଧ୍ୱଂସ ହେଉ ।
ଗାନ୍ଧାରୀଙ୍କ ଅଭିଶାପକୁ ଶ୍ରୀକୃଷ୍ଣ ମଥାପାତି ଗ୍ରହଣ କରିନେଲେ ଓ କହିଲେ ମାତା! ଆପଣଙ୍କ ବଚନ ମୋତେ ପ୍ରାପ୍ତ ହେଉ ।