କଲ୍ୟାଣ ମଣ୍ଡପର ଭୂମିପୂଜା
ପାରାଦୀପ : ପାରାଦୀପ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚକ୍ରଧରପୁର ଗ୍ରାମ ରେ ଆର୍ସେଲର ମିତ୍ତଲ ଓ ନିପୋନ୍ ଷ୍ଟିଲ କମ୍ପାନୀ ସହାୟତାରେ ଏକ ଜନସେବା କଲ୍ୟାଣ ମଣ୍ଡପର ଭୂମି ପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ସରପଞ୍ଚ ସସ୍ମିତା ବେହେରା ଯୋଗଦେଇ ଭୂମିପୂଜା କରିଥିଲେ । ଏହି ଜନସେବା କଲ୍ୟାଣ ମଣ୍ଡପ ଗ୍ରାମର ବିଭିନ୍ନ ପର୍ବ, ପର୍ବାଣୀ, ଉସôବ, ସଭା, ସମିତି କର୍ଯ୍ୟରେ ବ୍ୟବହାର ହୋଇପାରିବ । ଏଥିପାଇଁ କମ୍ପାନୀ ପକ୍ଷରୁ ୫୦ ଲକ୍ଷ ଟଙ୍କା ପ୍ରଦାନ କରିଥିବା ଆର୍ସଲର ମିତ୍ତଲ ଓ ନିପ୍ପନ ଷ୍ଟିଲ କମ୍ପାନୀର ପାରାଦୀପ ସିଏସ୍ଆର ମୁଖ୍ୟ ଦେବାଶିଷ ସ୍ୱାଇଁ ପ୍ରକାଶ କରିଛନ୍ତି । ଏହି ଉତ୍ସବରେ ଆଇନଜୀବୀ ସଞ୍ଜୟ ବେହେରା, ଆର୍ସେର୍ଲର, ମିତ୍ତଲ୍ ଓ ନିପ୍ପନ ଷ୍ଟିଲ କମ୍ପାନୀର ପ୍ରିୟଙ୍କା ପଟେଲ, ଅରୂପ ଗୌଡ, ଚକ୍ରଧରପୁର ଗ୍ରାମ କମିଟି ସଭାପତି ବାବୁଲି ସାମନ୍ତରାୟ, ସୁମନ ସାମନ୍ତରାୟ, ମୀନତି ଦଳାଇ ପ୍ରମୁଖ ଉପସ୍ଥିତ ଥିଲେ ।