କବାଟ ତାଡି ନେଇଗଲେ ଟଙ୍କା ଓ ସୁନା

ବାଲିଅନ୍ତା:  ଧଉଳି ଥାନା ବିଜୟବିହାର ଲେନ-୨ରୁ ଜନୈକ ବ୍ୟକ୍ତିଙ୍କ ଘରର କବାଟ ତାଡି ଚୋରି ହୋଇଥିବା ଜଣାପଡିଛି । ଏନେଇ ଘର ମାଲିକ ଥାନାରେ ଅଭିଯୋଗ କରିଛନ୍ତି କ୍ଷ ଖବରନେବାରେ ଜଣାପଡିଛି ଏହି ଲେନ୍ରେ ୭୬/୩୮୫ ନମ୍ବର ଫ୍ଲାଟ ଦ୍ୱିତୀୟ ମହଲାରେ ମୃତ ଅଲେଖ ସାହୁଙ୍କ ପରିବାର ରୁହନ୍ତି । ସେମାନେ ସମସ୍ତେ ବାହାରେ ରହୁଥିବାରୁ ମଝିରେ ମଝିରେ ଘରକୁ ଆସନ୍ତି । ସ୍ୱର୍ଗତ ସାହୁଙ୍କ ଝିଅ ବିଶ୍ୱମୈତ୍ରୀ ବାପାଙ୍କ ଘରକୁ ଯାଇଥିଲେ । ଘରେ ପହଞ୍ଚିଲା ବେଳକୁ କବାଟ ତଡା ଯାଇଥିବା ଦେଖିବା ସହ ଜିନିଷ ଗୁଡିକ ଏଣେ ତେଣେ ପଡିଥିଲା । ଏଥିସହ ଶୋଇବା ଘର ଆଲମିରାର ଲକର ଭଙ୍ଗା ଯାଇଥିଲା । ସେଥିରୁ ୧୦ ହଜାର ଟଙ୍କା ଓ ୨ ଟି ମୁଦି, ମଙ୍ଗଳସୂତ୍ର, ହଳେ ପାଉଁଜି ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ଏନେଇ ଶ୍ରୀମତୀ ମହାନ୍ତି ସମ୍ପୃକ୍ତ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ ତଦନ୍ତ କରିଥିବା ବେଳେ, ଆଖପାଖ ଅଞ୍ଚଳରେ ଲାଗିଥିବା ଚିତ୍ର ଉତ୍ତୋଳନକାରୀ ଯନ୍ତ୍ର ତନଖି କରିଥିଲେ ।