‘ସୂର୍ଯ୍ୟପ୍ରଭା’ ଲେଖିଥିଲା... ଆଇଟି ଲ୍ୟାବ୍ ପାଇଁ ଚିଠି ଲେଖିଲେ ଉପଜିଲ୍ଲାପାଳ

ଯାଜପୁର : ଯାଜପୁର ଜିଲାର ୪୪ଟି କଲେଜରେ ଅତ୍ୟାଧୁନିକ ଆଇଟି ଲ୍ୟାବ୍ ସ୍ଥାପନ ଉଦେ୍ଦଶ୍ୟରେ ଆହୂତ ଟେଣ୍ଡରକୁ ନେଇ କଢା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଉପଜିଲ୍ଲାପାଳ । "୪୪ଟି କଲେଜରେ ଆଇଟି ଲାବ୍ ସ୍ଥାପନ ପାଇଁ ଟେଣ୍ଡର ‘ଫିକ୍ସିଂ’ ଶୀର୍ଷକ ଖବର ୪ା୫ା୨୫ ତାରିଖରେ ‘ସୂର୍ଯ୍ୟପ୍ରଭା’ରେ ଖବର ପ୍ରକାଶ ପରେ ଉପଜିଲ୍ଲାପାଳ ସମସ୍ତ କଲେଜର ଅଧ୍ୟକ୍ଷଙ୍କୁ ଗତ ମାସ ୨୧ ତାରିଖ ଦିନ ଏକ ଚିଠି ନଂ ୮୩୯୦ ଲେଖି ଜିଲ୍ଲାର ସମସ୍ତ କଲେଜରେ ଅତ୍ୟାଧୁନିକ ଆଇଟି ଲାବ୍ ସ୍ଥାପନ ପାଇଁ ଯେଉଁ ସାମଗ୍ରୀ କ୍ରୟ କରାଯିବ ସେହି ଟେଣ୍ଡରରେ ନିର୍ଦ୍ଧିଷ୍ଟ ଗାଇଡ୍ଲାଇନ ଅନୁସାରେ ଏବଂ ଜିଲ୍ଲା ଇ-ଗଭାର୍ଣ୍ଣାନ୍ସ ମ୍ୟାନେଜରଙ୍କ ପରାମର୍ଶ ନେଇ ହିଁ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି ।  ଉପଜି୍ଲାପାଳଙ୍କ ଏଭଳି ନିଦେ୍ର୍ଦଶ ଟେଣ୍ଡର ଫିକ୍ସିଂକୁ ନେଇ ଉଠିଥିବା ଅଭିଯୋଗର ସତ୍ୟତା ରଖୁଛି । ଆଇଟି ଲ୍ୟାବ ପାଇଁ କେଉଁ କମ୍ପାନୀର କି କି ପ୍ରକାର ସାମଗ୍ରୀ କ୍ରୟ କରାଯିବ, ତାହା ଉଚ୍ଚ ଶିକ୍ଷା ବିଭାଗ ପ୍ରଦତ କରିଥିବା ସୂଚନା ମତେ କ୍ରୟ କରିବାକୁ ଚିଠିରେ ସ୍ପଷ୍ଟ କରିଛନ୍ତି । ଉପଜିଲ୍ଲାପାଳଙ୍କ ନିଦେ୍ର୍ଦଶ ପରେ ଫିକ୍ସିଂ କରିବାକୁ ପୁରା ଗୋଟି ଚଳାଇଥିବା ଗୋଷ୍ଟୀଙ୍କ ମନରେ ଛନକା ପସିଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଗତ ମାର୍ଚ୍ଚ ମାସ ୫ ତାରିଖରେ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ତରଫରୁ ଚିଠି ସଂଖ୍ୟା-୧୨୬୫୫ ଦ୍ୱାରା ଯାଜପୁର ଜିଲାର ୪୪ଟି କଲେଜରେ ଅତ୍ୟାଧୁନିକ ଆଇଟି ଲାବ୍ ସ୍ଥାପନ କରିବା ଉଦେ୍ଦଶ୍ୟରେ ବଡ଼ କଲେଜକୁ ୮.୧୧ଲକ୍ଷ ଏବଂ କ୍ଷୁଦ୍ର କଲେଜକୁ ୪.୯୩ଲକ୍ଷ ଟଙ୍କା ଲେଖାଏଁ ଆର୍ଥôକ ଅନୁଦାନ ପ୍ରଦାନ କରାଯାଇଥଲା ।
ବିଭାଗ ପକ୍ଷରୁ ପ୍ରଦତ ଚିଠି ଅନୁସାରେ ପ୍ରତ୍ୟେକ କଲେଜର ଲାବ୍ ପାଇଁ କମ୍ପ୍ୟୁଟ,ର୍ ପ୍ରିଣ୍ଟର୍ର ୟୁପିଏସ୍, ୱେବ୍ କ୍ୟାମେରା ଓ ୬୫ଇଂଚରଏଲଇଡ଼ି ଟିଭି କ୍ରୟ ସହିତ ସେଠାରେ ଇଣ୍ଟରନେଟ୍ ସଂଯୋଗ ନିମନ୍ତେ ଏସବୁ ସାମଗ୍ରୀର ପୂର୍ଣ୍ଣାଙ୍ଗ ସ୍ପେସିଫିକେସନ୍ ଏବଂ ଟେଣ୍ଡର ପାଇଁ ଆବଶ୍ୟକ ନିୟମାବଳୀ ପ୍ରସ୍ତୁତ କରି ସମସ୍ତ କଲେଜର ଅଧ୍ୟକ୍ଷମାନଙ୍କୁ ଅବଗତ କରାଯାଇଥଲା । ସରକାର କ୍ରୟ ହେବାକୁ ଥିବା ସାମଗ୍ରୀର ପୂର୍ଣ୍ଣାଙ୍ଗ ସ୍ପେସିଫିକେସନ୍ ସହ ଟେଣ୍ଡରରେ ସ୍ୱଚ୍ଛତା ଅବଲମ୍ବନ କରିବାକୁ ଯାଇ ଆବଶ୍ୟକ ନିୟମାବଳୀ ପ୍ରସ୍ତୁତ କରି ଦିଆଯାଇଥିଲେ ମଧ୍ୟ ତାହାକୁ ଅନେକ କଲେଜର ଅଧ୍ୟକ୍ଷ ଉଲଂଘନ ଓ ଅନିୟମିତତା କରି ନିର୍ଦ୍ଦିଷ୍ଟ ଯୋଗାଣକାରୀ ସଂସ୍ଥା ଠାରୁ ଏସବୁ ସାମଗ୍ରୀ କ୍ରୟ ନିମନ୍ତେ ତାଙ୍କ ସହ ପୂର୍ବ ଫିକ୍ସିଂ ପୂର୍ବକ ତାଙ୍କ ଠାରୁ ୩ ପତିଆ କୋଟେସନ୍ ନେଇ ଚଢ଼ା ଦରରେ ନିମ୍ନମାନର ସାମଗ୍ରୀ କିଣିଥିବା ଅର୍ଥ ତୋଷରପାତ ଭଳି ଅଭିଯୋଗ ଆସିଥିଲା । ଏପରିକି ଉପ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ ବିଭିନ୍ନ କଲେଜ ପରିଚାଳନା କମିଟିର ସଭାପତି ଥିବା ସତ୍ୱେ ସାମଗ୍ରୀ କ୍ରୟ କ୍ଷେତ୍ରରେ ସେମାନଙ୍କ ଅନୁମତି ନିଆଯାଉନଥିଲା । ସଭାପତିଙ୍କ ଅନୁମତି ନଥାଇ ସାମଗ୍ରୀ କ୍ରୟ ନିମନ୍ତେ କିଛି କଲେଜର ଅଧ୍ୟକ୍ଷ ନିଜସ୍ୱ ଏକ କ୍ରୟ କମିଟି ଗଠନ କରି ଜିଲାର ସ୍ଥାୟୀ ବୈଷୟିକ ପରିଚାଳକଙ୍କ ଦ୍ୱାରା ସାମଗ୍ରୀ ଗୁଡ଼ିକର ସ୍ପେସିଫିକେସନ୍ ଯାଂଚ ନ କରି ମଧ୍ୟ ଟେଣ୍ଡର ଆହ୍ୱାନ କରି ସାମଗ୍ରୀ କ୍ରୟ କରିବାକୁ ପଛାଇ ନ ଥିବା ଭଳି ଘଟଣା ସାମ୍ନାକୁ ଆସିଥିଲା । ଏଭଳି କେଳେଙ୍କାରୀ ପଛରେ ଭୁବନେଶ୍ୱରର ବ୍ଲୁସ୍ପେସ୍ ଆଇଟି ସଲୁ୍ୟସନ୍ ପ୍ରାଇଭେଟ୍ ଲିମିଟେଡ଼ ନାମକ ଏକ ସଂସ୍ଥାର ଉଦେ୍ଦଶ୍ୟ କାର୍ଯ୍ୟକାରୀ ହେଉଥିବା ଅଭିଯୋଗ ନଜରକୁ ଆସିବା ପରେ ଟେଣ୍ଡରରେ ସ୍ୱଚ୍ଛତା ଓ ଲ୍ୟାବ୍ ସାମଗ୍ରୀ କିଣାରେ ଅନିୟମିତତା ଉପରେ ରୋକ୍ ଲଗାଇବାକୁ ଜିଲ୍ଲା ବୈଷୟିକ ଅଧିକାରୀଙ୍କ ତତ୍ୱାବଧାନରେ ଜିଇଏମ୍ ମାଧ୍ୟମରେ ପୁନଃ ଟେଣ୍ଡର ଆହ୍ୱାନ କରିବାକୁ ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ, ଉଚ୍ଚଶିକ୍ଷା ସଚିବ ଓ ନିଦେ୍ର୍ଦଶକ ଏବଂ ଯାଜପୁର ଜିଲ୍ଲାପାଳଙ୍କ ନିକଟରେ ଦାବି ହୋଇଥିଲା ।