‘ସୂର୍ଯ୍ୟପ୍ରଭା’ ଲେଖିଥିଲା.... ନିର୍ମିତ ହେଲା ଶୌଚାଳୟ
କାଳିଆପାଣି: "ବିନା ଶୌଚାଳୟରେ ଚାଲିଛି ହାଇସ୍କୁଲ,ଅସୁବିଧାରେ ସମ୍ମୁଖିନ ହେଉଛନ୍ତି ଛାତ୍ରଛାତ୍ରୀ’ ଶୀର୍ଷକ ଖବର ଗତ ମାସ ୯ତାରିଖରେ ସୂର୍ଯ୍ୟପ୍ରଭା ପ୍ରକାଶ ପାଇଥିଲା । ଖବର ପ୍ରକାଶ ପରେ ଶୌଚାଳୟ ନିର୍ମାଣ ହୋଇ କାର୍ଯ୍ୟକାରୀ ହୋଇଥିବାର ଦେଖିବାକୁ ମିଳିଛି । ଶିକ୍ଷାର ବିକାଶ କଥା ଉଠିଲେ ବିଦ୍ୟାଳୟର ଭିତିଭୂମି ଓ ଆନୁଷଙ୍ଗିକ ସୁବିଧା ରହିଲେ ପାଠ ପଢା ପ୍ରତି ଆଗ୍ରହୀ ବଢ଼ିଥାଏ । ହେଲେ ବିଗତ ବର୍ଷରୁ ଶୌଚାଳୟ ନଥିବା ଛାତ୍ରଛାତ୍ରୀ ମାନେ ଶୌଚ ପାଇଁ ଅନେକ ଅସୁବିଧାର ସମ୍ମୁଖିନ ହେଉଥିଲେ । ବିଗତ ବର୍ଷରୁ ଏହି ସମସ୍ୟା ଲାଗି ରହିଥିବା ବେଳେ ସମସ୍ୟା ସମାଧାନ ହୋଇଛି । ଶତାଧିକ ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି ।