ହନୁମାନ ଚାଳିଶା ପଠନ
ଖଣ୍ଡପଡ଼ା : ଖଣ୍ଡପଡ଼ା ବ୍ଲକ ଅଧିନ ମର୍ଦ୍ଦରାଜପୁର ମୁଣ୍ଡିଆ ହନୁମାନଙ୍କ ପୀଠରେ ୭ମ ବାର୍ଷିକ ଅଖଣ୍ଡ ହନୁମାନ ଚାଳିଶା ପାଠ ଓ ଘୃତଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଶ୍ରୀମୁଣ୍ଡିଆ ହନୁମାନ ସାଂସ୍କୃତିକ ପରିଷଦ ପକ୍ଷରୁ ଆୟୋଜିତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ନୀଳକଣ୍ଠପ୍ରସାଦ, ଗୋଛାବାରି, ମିଟୁଆଣି, ମାଧପୁର, ବେଣାଗାଡିଆ, ମର୍ଦ୍ଦରାଜପୁର ଗ୍ରାମର ଚାଳିଶା ମଣ୍ଡଳୀର ସଦସ୍ୟମାନେ ଉପସ୍ଥିତ ରହି ହନୁମାନ ଚାଳିଶା ପଠନ କରିଥିଲେ ।ଏ ଅବସରରେ ପ୍ରାତଃ ସମୟରେ ଘଟ କଳସ ସ୍ଥାପନ ଓ ସୂର୍ଯ୍ୟନାରାୟଣଙ୍କ ପୂଜା ଅନୁଷ୍ଠିତ ହୋଇଥିଲା ।ଅପରାହ୍ନରେ ଯଜ୍ଞର ପୂର୍ଣ୍ଣାହୁତି ଉସôବ ଅନୁଷ୍ଠିତ ହୋଇଥିଲା ।ଆଖପାଖ ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁ ପୂର୍ଣ୍ଣାହୁତି ଉସôବରେ ଯୋଗଦେଇ ବିଗ୍ରହଙ୍କୁ ଦର୍ଶନ କରିଥିଲେ ।ବ୍ରାହ୍ମଣ ସମାଜର ପୁରୋଧାମାନେ ଯଜ୍ଞ କାର୍ଯ୍ୟ ତୁଲାଇଥିଲେ ।