ସ୍ୱଚ୍ଛ ପରିବେଶ ପରିଚାଳନା ପାଇଁ ‘ପରିବେଶ ସୁରକ୍ଷା ଟ୍ରଷ୍ଟ’ ସମ୍ବର୍ଦ୍ଧିତ
ପାରାଦୀପ : ଅଗଷ୍ଟ ୩୧ ତାରିଖ ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ସ୍ଥାନୀୟ ଜୟଦେବ ସଦନ ପ୍ରେକ୍ଷାଳୟରେ ଆୟୋଜିତ ଉତ୍ସବରେ ପାରାଦୀପର ଅନ୍ୟତମ ପରିବେଶଧର୍ମୀ ସଂଗଠନ ‘ପରିବେଶ ସୁରକ୍ଷା ଟ୍ରଷ୍ଟ’କୁ ପାରାଦୀପ ପୈାର ପାଳିକା ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ପାରାଦୀପ ବିଧାୟକ ତଥା ରାଜ୍ୟ ଶିଳ୍ପ,ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଠାରୁ ଟ୍ରଷ୍ଟର ସମ୍ପାଦକ ଶିବଚରଣ ବିଶ୍ୱାଳ ଏହି ପୁରସ୍କାର ଗ୍ରହଣ କରିବା ଅବସରରେ ଜଗତସିଂହପୁର ସାଂସଦ ଡ.ବିଭୁ ପ୍ରସାଦ ଚତରାଇ, ପାରାଦୀପ ପୈାର ପରିଷଦର ଅଧ୍ୟକ୍ଷ ବସନ୍ତ କୁମାର ବିଶ୍ୱାଳ, ପାରାଦୀପ ବନ୍ଦରର ଅଧ୍ୟକ୍ଷ ପି.ଏଲ.ହରନାଦ୍, ପୈାର ପାଳିକାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା, ସିଆଇଏସ୍ଏଫ୍ କମାଣ୍ଡାଣ୍ଟ ସନତ କୁମାର ପଟ୍ଟେଲ ଓ ଉପାଧ୍ୟକ୍ଷା ଛବିଲତା ରାଉତ ପ୍ରମୂଖ ମଞ୍ଚରେ ଉପସ୍ଥି ଥିଲେ । ତେବେ ପାରାଦୀପର ପରିବେଶ ସୁରକ୍ଷା ନିମନ୍ତେ ବିଗତ ଏକ ଦଶନ୍ଧି ଧରି ବୃକ୍ଷରୋପଣ କରିବା ଠାରୁ ଆରମ୍ଭ କରି ନିୟମିତ ସେଗୁଡିକର ଯତ୍ନ ନେବା,ପରିବେଶ ସୁରକ୍ଷା ନିମନ୍ତେ ବିଭିନ୍ନ ସମୟରେ ସ୍ଥାନୀୟ ଜନସାଧାରଣଙ୍କୁ ସଚେତନ କରିବା ଓ ସାମୁହିକ ସଫେଇକାର୍ଯ୍ୟକ୍ରମରେ ନିଜକୁ ସାମିଲ କରିବା ଆଦି ପ୍ରକ୍ରିୟା ଜାରି ରଖିଥିବା ପରିପ୍ରେକ୍ଷୀରେ ପରିବେଶ ସୁରକ୍ଷା ଟ୍ରଷ୍ଟକୁ ପୈାର ପାଳିକା ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିବା ଜଣାପଡିଛି ।