ସ୍ୱଚ୍ଛତାକୁ ଗୁରୁତ୍ୱ ଦିଅନ୍ତି ଶିକ୍ଷକ
ବରୀ : ଏହି ବ୍ଲକ ଭଅଁରା ପଂଚାୟତର ସର୍ବପୁରାତନ ପୁରାତନ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସ୍ୱଚ୍ଛତାକୁ ଗୁରୁତ୍ୱ ଦେଇଥାନ୍ତି । ନିଜେ ହାତରେ ଝାଡ଼ୁ ଧରି ସ୍କୁଲ ପରିସର ସଫେଇ କରିବା ସହ ପରିବେଶକୁ ସ୍ୱଚ୍ଛ ରଖିବାର ବାର୍ତା ଦେଇଥାନ୍ତି । ପ୍ରଧାନ ଶିକ୍ଷକ ଯଶୋବନ୍ତ ଧଳ ପିଲାମାନଙ୍କୁ ପାଠପଢା ସହିତ ବିଶେଷ ଭାବେ ସ୍ୱଚ୍ଛତାକୁ ଗୁରତ୍ୱ ଦିଅନ୍ତି । ବିଦ୍ୟାଳୟ ଖୋଲିବା ପୂର୍ବରୁ ପ୍ରଧାନ ଶିକ୍ଷକ ବିଦ୍ୟାଳୟର ପରିସରକୁ ସୁନ୍ଦର ସଫା କରିବା ପରିବେଶ ପରିଷ୍କାର କରିଥାନ୍ତି । ପ୍ରତ୍ୟେକ ଦିନ ବିଦ୍ୟାଳୟ ସୁନ୍ଦର ଓ ସ୍ୱଚ୍ଛତାକୁ ଗୁରତ୍ୱ ଦେଇଥାନ୍ତି ।