ପ୍ରକୃତି ମିତ୍ର ସଙ୍ଗଠନ ପକ୍ଷରୁ ବୃକ୍ଷ ରୋପଣ

 କୁଆଖିଆ : ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପ୍ରକୃତି ମିତ୍ର ପକ୍ଷରୁ ମଧୁବନ-କୁଆଖିଆ ରୋଡ଼ର ଉଭୟ ପାର୍ଶ୍ୱରେ ବୃକ୍ଷରୋପଣ କରାଯାଇଛି । ଏହି ମହନୀୟ କାର୍ଯ୍ୟରେ ସ୍ଥାନୀୟ ରାହାମ୍ବା ପଞ୍ଚାୟତ ସରପଞ୍ଚ ଚନ୍ଦନ କୁମାର ରାଉତ ସାମିଲ ହେବା ସହିତ ରାସ୍ତାରେ ଯାଉଥିବା ସାଧାରଣ ଲୋକେ ମଧ୍ୟ ସେମାନଙ୍କ ସହିତ ସାମିଲ ହୋଇ ବୃକ୍ଷ ରୋପଣ କରିଥିଲେ । ଏଥିରେ ସଙ୍ଗଠନର ସଦସ୍ୟ ପିନାକୀ ସାମଲ, ବିଜୟ ରାଉତ, ପ୍ରକାଶ ଦାସ, ସୋମ୍ୟରଞ୍ଜନ ପଟ୍ଟନାୟକ, ସଦାନନ୍ଦ ମଲ୍ଲିକ, ଉତମ ସାହୁ, ବିରଜା କିଙ୍କର ରାଉତ, ଅଭିମନୁ୍ୟ ବାରିକ, ଅଶୋକ ସାହୁ, କୈଳାସ ରଥ, ଅଭିରାମ ନାୟକ ଓ ସୈାରଭ ପରିଡ଼ା ପ୍ରମୁଖ ସଦସ୍ୟ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।