ଶବ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ନୂଆପଡା : ଖଡ଼ିଆଳ ଥାନା ଅନ୍ତର୍ଗତ ଚିଚେର ଗ୍ରାମରେ ଏକ ଜମିରେ ଜଣେ ବ୍ୟକ୍ତିଙ୍କ ଅର୍ଦ୍ଧନଗ୍ନ ମୃତଦେହ ଉଦ୍ଧାର କରାଯାଇଛି । ମୃତ ବ୍ୟକ୍ତି ଜଣକ ସ୍ଥାନୀୟ ମାଣ୍ଡୋଶିଲ ଗ୍ରାମର ବ୍ୟବସାୟୀ ଦିନ ପାନ(୪୫) ବୋଲି ଜଣାପଡିଛି । ଖଡ଼ିଆଳ ଠାରେ ଏକ ମାଂସ ଦୋକାନ କରି ତାର ଗୁଜୁରାଣ ମେଣ୍ଟାଉଥିଲେ । ସେ ବିଭିନ୍ନ ଲୋକଙ୍କ ଠାରୁ ଛେଳି ଆଣି ମାଂସ କାଟି ବିକ୍ରି କରୁଥିବା ବେଳେ ଆଜି ସକାଳେ ତାର ମୃତ୍ୟ ଦେହ ଚିÿଚେର ଗ୍ରାମର ଏକ ଜମିରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ଅଞ୍ଚଳର କିଛି ବ୍ୟକ୍ତି ଖଡ଼ିଆଳ ପୁଲିସକୁ ସୂଚନା ଦେବା ପରେ  ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ସହ ପ୍ରାଥମିକ ତଦନ୍ତ କରୁଛନ୍ତି । ଘଟଣା ସ୍ଥଳରେ ନୂଆପଡ଼ା ଆରକ୍ଷୀ ଅଧିକ୍ଷକ ରାଘବେନ୍ଦ୍ର ଗୁଣ୍ଡଲା ରେଡ୍ଡୀ ଆସି ଘଟଣା ତଦନ୍ତ କରିଛନ୍ତି । ନୂଆପଡା ଆରକ୍ଷୀ ଅଧିକ୍ଷକଙ୍କ ସୂଚନା ଅନୁସାରେ ସାଇଣ୍ଟିକଫିକ ଟିମ ଆସି ଅଧିକ ତଦନ୍ତ କରିବେ ବୋଲି ପ୍ରକାଶ କରିଛନ୍ତି   । ସମ୍ପର୍କୀୟଙ୍କ କହିବା ମୁତାବକ ଛେଳି ବ୍ୟବସାୟ ପଇସାକୁ ନେଇ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ।