ସ୍ୱର୍ଗତ ପ୍ରଭାତ ସାମନ୍ତରାୟଙ୍କ ସ୍ମୃତି ଉଦେ୍ଦଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା

ପାରାଦୀପ: ବରିଷ୍ଠ ଶ୍ରମିକ ନେତା,ପୂର୍ବତନ ସାଂସଦ ତଥା ଉକôଳ  ପୋର୍ଟ ଆଣ୍ଡ ଡକ ୱାର୍କସ- ୟୁନିୟନ, ପାରାଦୀପ ପୋର୍ଟ ଆଣ୍ଡ ଡକ୍ ଲେବର ୟୁନିୟନ ଓ ଇଣ୍ଡିଆନ ନ୍ୟାସନାଲ ପୋର୍ଟ ଆଣ୍ଡ ଡକ୍ ୱାର୍କ୍ସ ଫେଡେରେସନର ସଭାପତି ସ୍ୱର୍ଗତ ପ୍ରଭାତ କୁମାର ସାମନ୍ତରାୟ ଗତ ଅକ୍ଟୋବର ୧୦ ତାରିଖ (ବୁଧବାର) ରାତି ସାଢେ ୧୦ଟାରେ ଇହଲିଳା  ସମ୍ବରଣ କରିଥିଲେ । ଏହି ପରିପ୍ରେକ୍ଷୀରେ ପାରାଦୀପସ୍ଥିତ ଜୟଦେବ ସଦନ ପ୍ରାଙ୍ଗଣରେ ପାରାଦୀପ ପୂଜ୍ୟପୁଜା ସଂସଦ ଓ ପାରାଦୀପ ପୋର୍ଟ ଆଣ୍ଡ ଡକ୍ ୱାର୍କର୍ସ ୟୁନିୟନ ମିଳିତ ଆନୁକୂଲ୍ୟରେ ନଭେମ୍ବର ୨୨ ତାରିଖ ଶୁକ୍ରବାର ସଂନ୍ଧ୍ୟାରେ  ଅନୁଷ୍ଠିତ ହୋଇ ଯାଇଛି । ପାରାଦୀପ ପୌର ପରିଷଦର ଅଧ୍ୟକ୍ଷ ବସନ୍ତ କୁମାର ବିଶ୍ୱାଳଙ୍କ ପୌରୋହିତ୍ୟରେ ଆୟୋଜିତ ସ୍ମୃତିଚାରନ ସଭାରେ ବରିଷ୍ଠ ଶ୍ରମିକ  ନେତା ତଥା ରାଜ୍ୟ ନେତା  ପଞ୍ଚାନନ କାନୁନଗୋ, ଶ୍ରମିକ ନେତା ଅନନ୍ତ କୁମାର ଦାସ୍, ପୂର୍ବତନ ବିଧାୟିକା ଡ,ସିପ୍ରା  ମଲ୍ଲିକ, ରବୀନ୍ଦ୍ର କୁମାର ସାମଲଙ୍କ ସମେତ ସମୀର  ବିଶ୍ୱାଳ, ସବିତା ମହାପାତ୍ର, କୁଶ ଚରଣ ସୁତାର, ମନୋରମା ଖଟୁଆ, ରଞ୍ଜନ କୁମାର ସାହୁ, ଶ୍ରମୀକ ନେତା ଉଲ୍ଲାସ ସ୍ୱାଇଁ, ଗୁରୁନିଧି ଚୌଧୁରୀ ପ୍ରମୁଖ ସ୍ୱର୍ଗତ ସାମନ୍ତରାୟଙ୍କ ସ୍ମୃତି ଚାରଣ କରିବା ସହିତ ଅମର ଆତ୍ମାର ସଦଗତୀ କାମନା କରିଥିଲେ । ସ୍ୱର୍ଗତ ସାମନ୍ତ ରାୟ ଥରେ ରାଜ୍ୟସଭା ଓ ଦୁଇ ଥର କେନ୍ଦ୍ରାପଡା ଲୋକସଭା ଆସନରୁ   ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ରାୟଗଡାସ୍ଥିତ ଜେ.କେ.ପେପର ମିଲ ସଂଗଠନ ଓ ପାରାଦୀପସ୍ଥିତ  ପିପିଏଲ ୟୁନୀୟନ୍ର ସଭାପତି ଭାବେ କାର୍ଯ୍ୟ ନିର୍ବାହ କରିଥିବା ବେଳେ ୧୯୭୭ ମସିହାରୁ ଇହଲୀଳା ସମ୍ବରଣ କରିବା ପର୍ଯ୍ୟନ୍ତ ଲମ୍ବା ସମୟ ଧରି ସ୍ୱର୍ଗତ ସାମନ୍ତରାୟ ଉକôଳ ପୋର୍ଟ ଆଣ୍ଡ ଡକ୍ ୱାକର୍ସ ୟୁନିୟନ ଓ ପାରାଦୀପ ପୋର୍ଟ ଆଣ୍ଡ ଡକ୍ ଲେବର ୟୁନିୟନ୍ର ସଭାପତି ଓ ୨୦୦୫ ମସିହାରୁ ନ୍ୟାସନାଲ ପୋର୍ଟ ଆଣ୍ଡ ୱାକର୍ସ ଫେଡେରେସନର ସଭାପତି ଦାୟିତ୍ୱ ନିଭାଇ ଆସୁଥିଲେ  ।