ମେଗା ରକ୍ତଦାନ ଶିବିର
ଜଟଣୀ : ସମାଜରେ ଜ୍ଞାନ, ଚରିତ୍ର ଏବଂ ମୂଲ୍ୟବୋଧକୁ ପୋଷଣ କରିବାରେ ଶିକ୍ଷକଙ୍କ ଅମୂଲ୍ୟ ଭୂମିକାକୁ ପାଳନ କରିବା ପାଇଁ ଏକ ମେଗା ରକ୍ତଦାନ ଶିବିର ଦକ୍ଷତା ବିକାଶ ପ୍ରତିଷ୍ଠାନ ମଧ୍ୟରେ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମକୁ ମୁଖ୍ୟ କାର୍ଯ୍ୟନିର୍ବାହୀ ରଞ୍ଜନ ଭୌମିକ ଉଦଊଘାଟନ କରିଥିଲେ । ଭୁବନେଶ୍ୱର ରେଡକ୍ରସ୍ ସୋସାଇଟିର ସହଯୋଗରେ ଶିବିରରେ ଅଧ୍ୟାପକ, କର୍ମଚାରୀ, ଛାତ୍ର, ପ୍ରଶିକ୍ଷକ ଏବଂ ଅଧିକାରୀ ସମେତ ୨୫୦ ରୁ ଅଧିକ ସ୍ୱେଚ୍ଛସେବୀ ଦାତା ଅଂଶଗ୍ରହଣ କରିଥିଲେ ।