ଫାଇଲେରିଆ ନିରାକରଣ ଔଷଧ ସେବନ କାର୍ଯ୍ୟକ୍ରମ 

ଚମ୍ପୁଆ : ରାଜ୍ୟ ସରକାରଙ୍କ ସ୍ୱସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୈଜନ୍ୟରୁ ଚମ୍ପୁଆ ବ୍ଲକରେ ଫଅଇଲେରିଆ ନିରାକରଣ ପାଇଁ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଛି । ୧୧ ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ବ୍ଲକ ପ୍ରଶାସନ ଓ ଭଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଜାମୁଦଲକ ସ୍ଥିତ ଅଲହେରା ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଠାରେ ଔଷଧ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଭଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଓମପ୍ରକାଶ ବାରିକ ଏହି ରୋଗର ଭୟାବହତା ବିଷୟରେ ଅବଗତ କରିବା ସହିତ ଔଷଧ ସେବନ ଦ୍ୱାରା ଏହାର ନିରାକରଣ କରାଯାଇପାରିବ ବୋଲି ପରାମର୍ଶ ପ୍ରଦାନ କରିଥିଲେ । ସେହିପରି ଚମ୍ପୁଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ମୃତିରଂଜନ ସାହୁ ଫାଇଲେରିଆର ସମୂଳ ନାଶ ପାଇଁ ଔଷଧ ସେବନ ଓ ଆଗାମୀ ଦିନରେ ଘରକୁ ଘର ବୁଲି ସ୍ୱସ୍ଥ୍ୟ କର୍ମି ମାନେ ସମସ୍ତଙ୍କୁ ଔଷଧ ଖୁଆଇବେ ବୋଲି ସୂଚନା ଦେଇଥିଲେ ।