ହାଇୱା ଓ ଟିପର ମାଲିକ ସଂଘର ଦାବିପତ୍ର

ାା ପ୍ରଭାନୁ୍ୟଜ୍ ।ା କେନ୍ଦ୍ରାପଡା: ଜିଲ୍ଲା ହାଇୱା ଓ ଟିପର ମାଲିକ ସଂଘ ପକ୍ଷରୁ ୧୧ ଦଫା ସମ୍ବଳିତ ଏକ ଦାବିପତ୍ର ଜିଲ୍ଲା ସଭାପତି ନାରାୟଣ ସ୍ୱାଇଁଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ୧୧ ଦଫା ଦାବିଗୁଡିକ ଯଦି ୧୦ ତାରିଖ ଭିତରେ ପୂରଣ କରା ନଯାଏ, ତେବେ ଜିଲ୍ଲାର ସମସ୍ତ ଲଘୁ ଖଣିଜ ଦ୍ରବ୍ୟ ଓ ପରିବହନକୁ ସଂପୂର୍ଣ୍ଣ ଭାବେ ବନ୍ଦ କରାଯିବ ବୋଲି ଦାବିପତ୍ରରେ ଉଲ୍ଲେଖ ରହିଛି । ଏହି ଦାବିଗୁଡିକ ମଧ୍ୟରୁ ବାଲି ଖାଦାନ ଗୁଡିକରୁ ବାଲି ଉଠାଇଲା ବେଳେ ସୂଚାରୁ ରୂପେ କାଗଜପତ୍ର ପ୍ରଦାନ କରିବା, ବାଲି ନେଇ ଯାଉଥିବା ସମୟରେ ଗାଡିକୁ ବେଆଇନ ଭାବରେ ଅଟକାଇ ଲକ୍ଷାଧିକ ଟଙ୍କା ଜରିମାନା ଆଦାୟ କରାଯାଉଛି । ବାଲିଘାଟ ନିଲାମ ନେଉଥିବା ମାଲିକଙ୍କ ଉପରେ କୌଣସି ପ୍ରକାର ପଦକ୍ଷେପ ନ ନେଇ ଅଯଥା ଗାଡି ମାଲିକଙ୍କ ଉପରେ ଅନ୍ୟାୟ ଭାବେ ଅତ୍ୟାଚାର କରାଯାଉଛି । ହାଇୱା ଓ ଟିପର ଗାଡିର ସମସ୍ତ କାଗଜପତ୍ର ଥିବା ସତ୍ତ୍ୱେ ଡ୍ରାଇଭରମାନଙ୍କୁ ଥାନାରେ ଅଟକ ରଖି ଜେଲ ପଠାଯାଉଛି । ଏହିଭଳି ୧୧ ଦଫା ଦାବି ଗୁଡିକୁ ପୂରଣ କରିବା ପାଇଁ ଓଡିଶାର ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ୱର, ବୌଦ୍ଧ, ଢେଙ୍କାନାଳ ପ୍ରଭୃତି ୧୭ଟି ଜିଲ୍ଲାର ସମସ୍ତ ହାଇୱା ଓ ଟିପର ମାଲିକମାନେ ଆସନ୍ତା ୧୦ତାରିଖ ଦିନ ଗାଡି ବନ୍ଦ କରି ଦାବିପୂରଣ ପାଇଁ ରାସ୍ତାକୁ ଓହ୍ଲାଇବେ ବୋଲି ସଭାପତି ପ୍ରକାଶ କରିଛନ୍ତି । ଏହି ଦାବିପତ୍ର ପ୍ରଦାନ ସମୟରେ ସୁକାନ୍ତ କୁମାର ମହାନ୍ତି, ଗୌରାଙ୍ଗ ପ୍ରସାଦ ସ୍ୱାଇଁ, ହିମାଂଶୁ ମହାପାତ୍ର, ରାଜେଶ ଚନ୍ଦ୍ର ମହାପାତ୍ର, ସେକ ସଜାଉଦ୍ଦିନ, ପ୍ରମୋଦ କୁମାର ସ୍ୱାଇଁ, କ୍ଷୀରୋଦ କୁମାର ଦାଶ, ଏସ୍କେ ରହେମାନ ପ୍ରମୁଖ ଉପସ୍ଥିତ ଥିଲେ ।