ସ୍ୱାମୀ ବିବେକାନନ୍ଦଙ୍କ ଜୀବନୀ ଉପରେ ଆଲୋଚନାଚକ୍ର

 ବ୍ୟାସନଗର: ଇନ୍ଦିରାଗାନ୍ଧୀ ମହିଳା (କନିଷ୍ଠ) ମହାବିଦ୍ୟାଳୟ ପରିସରରେ ଯୁବ ରେଡ୍ରକ୍ରସ୍ ଓ ରେଡ୍ରିବନ କ୍ଲବ ଆନୁକୁଲ୍ୟରେ ଜାତୀୟ ଯୁବ ଦିବସ ପାଳନ ଅବସରରେ ସ୍ୱାମୀ ବିବେକାନନ୍ଦଙ୍କ ଜୀବନୀ ଓ ବାଣୀ ସମ୍ପର୍କରେ ଆଲୋଚନାଚକ୍ର ଅଧ୍ୟକ୍ଷା ଲଳିତା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଯୁବ ରେଡ୍କ୍ରସ୍ ଓ ରେଡରିବନ କ୍ଲବ୍ ସଂଯୋଜକ ଅଧ୍ୟାପକ ସୁବାସ ଚନ୍ଦ୍ର ସ୍ୱାଇଁ ଏହି ଆଲୋଚନାର ଆଭିମୁଖ୍ୟ ଓ ଲକ୍ଷ୍ୟ ସମ୍ପର୍କରେ ଉପସ୍ଥିତ ସ୍ୱେଚ୍ଛାସେବୀଙ୍କୁ ପରାମର୍ଶ ଦେଇଥିଲେ । ଅଧ୍ୟାପିକା ଡ. ହିରଣ୍ମୟୀ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ସ୍ୱାମୀ ବିବେକାନନ୍ଦ ଭାରତ ର ଜଣେ ଦାର୍ଶନିକ ଏବଂ ତାଙ୍କର ବାଣୀ ଯୁବସମାଜ ପାଇଁ ଅତ୍ୟନ୍ତ ଉପାଦେୟ ବୋଲି ଆଲୋଚନା କରିଥିଲେ । ଡିଗ୍ରୀ କଲେଜ ଅଧ୍ୟକ୍ଷ ରତ୍ନାକର