ସ୍ୱାମୀ ଲକ୍ଷ୍ମାଣାନନ୍ଦଙ୍କ ବଳିଦାନ ଦିବସ କାର୍ଯ୍ୟକ୍ରମ

 ତିର୍ତ୍ତୋଲ, : ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତ ଶାଗବାରିଆସ୍ଥିତ ଉକôଳବିପନ୍ନ ସହାୟତା ସମିତି ସଭାଗୃହରେ ଜିଲ୍ଲା ଧର୍ମରକ୍ଷା ସମିତି ଆନୁକୂଲ୍ୟରେ ବ୍ରହ୍ମଳୀନ ସ୍ୱାମୀ ଲକ୍ଷ୍ମାଣାନନ୍ଦ ସରସ୍ୱତୀଙ୍କ ବଳିଦାନ ଦିବସ ଉପଲକ୍ଷେ ଏକସପ୍ତାହ ବ୍ୟାପି ପାଳନ ହେବାକୁ ଯାଉଥିବା କାର୍ଯ୍ୟକ୍ରମର ଉଦଘାଟନ ହୋଇଯାଇଛି । ଜିଲ୍ଲା ସଂଯୋଜକ ପ୍ରଦୀପ ଲେଙ୍କାଙ୍କ ସଭାପତିତ୍ୱରେ ଏବଂ ରାମାୟଣୀ ପଣ୍ଡିତ ଅଭୟ ଦାଶଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମରେ ଓଡିଶା ଶିଳ୍ପ, ଦକ୍ଷତା ଓ ବୈଷୟିକ ବିଭାଗ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ, ମାଳିକାପ୍ରବକ୍ତା ଦିବାକର ଦାସ ମହାରାଜ, ଧର୍ମଜାଗରଣ ପ୍ରାନ୍ତୀୟ ସଂସ୍କୃତି ପ୍ରମୁଖ ଶ୍ରୁତିସାଗର ସରସ୍ୱତୀ , ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ତଥା ଜିଲ୍ଲା ଜ୍ୟୋତିଷ ପ୍ରମୁଖ ଡ଼ଃ ଅରୁଣ କୁମାର ପାଣି, ବିଶ୍ୱହିନ୍ଦୁପରିଷଦ ଜିଲ୍ଲା ସଭାପତି ପ୍ରଫୁଲ୍ଲ କୁମାର ସାହୁ , ଜିଲ୍ଲା ସଂପାଦକ ନଳିନୀ ବାବା, ମଠ ମନ୍ଦିର ପ୍ରମୁଖ ସାରଦା ପ୍ରସାଦ ମଲ୍ଲ, ଅଧିକାରୀ ରମାକାନ୍ତ ଦାସ, ଉପଦେଷ୍ଟା ଶରତ ଚନ୍ଦ୍ର ତାରିଣିଆ ପ୍ରମୁଖ ଯୋଗଦାନ କରିଥିଲେ । ସ୍ଥାନୀୟ ଧର୍ମଜାଗରଣ ସମିତିର କାର୍ଯ୍ୟକର୍ତ୍ତା ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଏହା ସପ୍ତାହ ବ୍ୟାପି ଚାଲିବ ବୋଲି ସୂଚନା ମିଳିଛି ।