ସ୍ୱାଧୀନତା ସଂଗ୍ରାମୀ ଦୁଃଶାସନ ଜେନାଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ

ବାଲିଚନ୍ଦ୍ରପୁର : ବଡ଼ଚଣା ବ୍ଲକ ଅନ୍ତର୍ଗତ ବାଲିଚନ୍ଦ୍ରପୁର ସ୍ଥ ତାରିଣୀ ମଣ୍ଡପ ପରିସର ରେ ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ,ବଡ଼ଚଣାର ପୂର୍ବତନ ବିଧାୟକ କମ୍ରେଡ ଦୁଃଶାସନ ଜେନାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକୀ କମ୍ୟୁନିଷ୍ଟ ନେତା କିଶୋର ଚନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । 
ଅତିଥିଭାବେ ରାଜ୍ୟ କମ୍ୟୁନିଷ୍ଟ ନେତା କିଶୋର ଚନ୍ଦ୍ର ଜେନା, ଅବସର ପ୍ରାପ୍ତ ପୁଲିସ୍ ଏସପି ନିରଞ୍ଜନ ସ୍ୱାଇଁ , ବର୍ଷୀୟାନ କମ୍ୟୁନିଷ୍ଟ ନେତା ଦିବାକର ବିଶ୍ୱାଳ ଓ ବରିଷ୍ଠ ସାମ୍ବାଦିକ ମହେଶ୍ୱର ବଳ, କମ୍ୟୁନିଷ୍ଟ ନେତା ମୋହନ ଜେନା, ଜିଲ୍ଲା କମ୍ୟୁନିଷ୍ଟ ନେତା ଈଶ୍ୱର ଚନ୍ଦ୍ର ପରିଡା, ପ୍ରକ୍ତନ୍ ସରପଞ୍ଚ କୃଷ୍ଣ ଚନ୍ଦ୍ର ସାମଲ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ଦୁଃଶାସନ ବାବୁଙ୍କୁ ଜଣେ ସାମ୍ୟବାଦୀ ଚିନ୍ତା ଚେତନାର ଜଣେ ପ୍ରବକ୍ତା ଭାବେ ବ୍ୟାଖ୍ୟା କରି ତାଙ୍କ ବିଧାୟକ ସମୟର ବଡ଼ଚଣା ବହୁ ଯୁଗାନ୍ତକାରୀ କାର୍ଯ୍ୟ କରି ବଡ଼ଚଣା ଜନ ମାନସରେ ଏବେ ବି ବଞ୍ଚି ରହିପାରିଛନ୍ତି ବୋଲି ତାଙ୍କ ମହାନ୍ ସ୍ମୃତି ପ୍ରତି ଭକ୍ତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କମ୍ୟୁନିଷ୍ଟ ନେତା ତ୍ରିଲୋଚନ ସେନାପତି, ସୁର ମୋହନ ମହାପାତ୍ର, କରୁଣାକର ମହାରଣା, ରଞ୍ଜନ କୁମାର ଦେଓ, ମଣିଚରଣ ଜେନା, ସୂର୍ଯ୍ୟମଣି ସେନାପତି ଆଦି ବହୁ କମ୍ୟୁନିଷ୍ଟ ନେତା ଯୋଗ ଦେଇ ପୂର୍ବତନ ବିଧାୟକ ଦୁଃଶାସନ ଜେନାଙ୍କ ବହୁମୁଖୀ ପ୍ରତିଭା ଉପରେ ଆଲୋଚନା କରି ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଧନ୍ୟବାଦ୍ ଦେଇଥିଲେ ବଡ଼ଚଣା ଜୋନାଲ କମିଟି ସମ୍ପାଦକ କମ୍ରେଡ୍ ଅଜୟ କୁମାର ବିଶ୍ୱାଳ । ପ୍ରାରମ୍ଭରେ ବାଲିଚନ୍ଦ୍ରପୁର ଦୁଃଶାସନ ଭବନ ପରିସରରେ ଦୁଃଶାସନ ଜେନାଙ୍କ ପ୍ରତିମୂର୍ତିରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦାନ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।