ହାଇସ୍କୁଲରେ ବିଜ୍ଞାନ ମେଳା

 ଧର୍ମଶାଳ: ଲାଲବାହାଦୁର ସରକାରୀ ଉଚ୍ଚ ବିଦ୍ୟାଳୟରେ  ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଆୟୋଜିତ ବ୍ଲକସ୍ତରୀୟ ପରିବେଶ ସମ୍ବନ୍ଧୀୟ ପ୍ରକଳ୍ପ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ପ୍ରଦର୍ଶନୀରେ ବ୍ଲକ୍ର ବିଭିନ୍ନ ବିଦ୍ୟାଳୟରୁ ୪୧ଜଣ ଛାତ୍ରଛାତ୍ରୀ ସେମାନଙ୍କ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ । ପ୍ରଧାନଶିକ୍ଷୟିତ୍ରୀ ସ୍ମିତା ସାମଲଙ୍କ ପୌରହିତ୍ୟରେ ଅନୁଷ୍ଠିତ ମେଳା ସମାରୋହରେ ଧର୍ମଶାଳା ମଣ୍ଡଳ ଶିକ୍ଷା ଅଧିକାରୀ ଅଭୟ ବେହେରା  ଅତିଥି ଭାବେ ଯୋଗଦେଇ ପ୍ରଦର୍ଶନୀ ବୁଲି ଦେଖିଥିଲେ । ବିଚାରକ ଭାବରେ ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ବ୍ରହ୍ମାନନ୍ଦ ନାୟକ, ମାଗୁଣୀ ଚରଣ ପୃଷ୍ଟି ଓ ଆରତୀ ବେହୁରା ପ୍ରମୁଖ ଯୋଗଦେଇ ପ୍ରକଳ୍ପର ମୂଲ୍ୟାୟନ କରିଥିଲେ । ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ମମିତା ମହାନ୍ତି, ପ୍ରଧାନ ଶିକ୍ଷକ ରଶ୍ମୀ ରଞ୍ଜନ ସାମଲ, ଜେନାପୁର ହାଇସ୍କୁଲର ପ୍ରଧାନ ଶିକ୍ଷକ ନିରୋଦ ମହାନ୍ତି ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ପରିବେଶ ସୁରକ୍ଷା ଉପରେ ଆଲୋଚନା କରିଥିଲେ । ପୁରସ୍କାର ବିତରଣ ଉତ୍ସବରେ ଯାଜପୁର ଜିଲା ଅତିରିକ୍ତ ଶିକ୍ଷାଧିକାରୀ ରାଜେଶ କୁମାର ସ୍ୱାଇଁ ଓ ଜିଲା ବିଜ୍ଞାନ ନିରୀକ୍ଷକ କୁମାର ସେନ ସେନାପତି ଯୋଗଦେଇ ଛାତ୍ରଛାତ୍ରୀ ପୁରସ୍କୃତ କରିଥିଲେ । ଶିକ୍ଷକ ବିଜୟ ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ଅନିଲ କୁମାର ମହାରଣା ସ୍ୱାଗତ ଭାଷଣ ଦେଇଥିଲେ । ଶିକ୍ଷକ ଗଣେଶ୍ୱର ବେହେରା, ଶ୍ରୀଧର ସ୍ୱାଇଁ, ଶିକ୍ଷୟିତ୍ରୀ ପ୍ରିୟମ୍ବଦା ସାହୁ, ବୀଣାପାଣି ନାଟିଆ, ଶର୍ମିଷ୍ଠା ଲେଙ୍କା, ଗୀତା ମହାନ୍ତି ପ୍ରମୂଖ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ ।