ହାତୀଛୁଆର ଶବ ଉଦ୍ଧାର

 ହିନେ୍ଦାଳ: ଢେଙ୍କାନାଳ ଜିଲ୍ଲା  ହିନେ୍ଦାଳ ଏନଏସିରେ ଏକ ହାତୀ ଛୁଆର ମୃତଦେହ ଉଦ୍ଧାର ହୋଇଛି । ଖବରରୁ ପ୍ରକାଶ େ. ହିନେ୍ଦାଳ ଏନଏସି ସ୍ଥିତ ଆଦର୍ଶ ବିଦ୍ୟାଳୟ ନିକଟ ଜଙ୍ଗଲରେ ଏକ ହାତୀ ଛୁଆର ଗଳିତ ଶବ ପଡିଥିବାର ସ୍ଥାନୀୟ ଜନସାଧାରଣଙ୍କ ନିକଟରୁ ଶୁଣିବାକୁ ମିଳିଥିଲା । ଏହି ହାତୀଛୁଆଟି ପୂର୍ବରୁ ମୃତୁ୍ୟବରଣ କରିଥିବା ଅନୁମାନ କରାଯାଉଛି । ଖବର ପାଇ ହିନେ୍ଦାାଳ ରେଞ୍ଜରଙ୍କ ସମେତ ବନବିଭାଗ କର୍ମଚାରୀ ଓ ବରିଷ୍ଠ ଅଧିକାରୀ ଘଟଣା ସ୍ଥଳରେ ପହଂଚି ଅଞ୍ଚଳକୁ ସିଲ କରିଥିଲେ । ପରେ ପଶୁ ଡାକ୍ତରଙ୍କ ସହ ସାଇଣ୍ଟିଫିକ ଟିମକୁ ଡକାଇଥିଲେ । ଶବ ବ୍ୟବଚ୍ଛେଦ ପରେ ମୃତ ହାତୀ ଛୁଆର ଶବକୁ ପୋତି ଦିଆ ଯାଇଥିଲା । ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତୁ୍ୟର କାରଣ ଜଣା ପଡିବ ବୋଲି ବନବିଭାଗ ସୂତ୍ରରୁ ପ୍ରକାଶ ।  ହିନେ୍ଦାଳରେ ହାତୀ ଆକ୍ରମଣ ଜନିତ ମୃତୁ୍ୟ ବୃଦ୍ଧି ପାଇବା ଏକ ଚିନ୍ତା ଜନକ ବିଷୟ ବୋଲି ପରିବେଶବିତ୍ମାନେ କହିଛନ୍ତି । ହାତୀ ପାଇଁ ବ୍ୟାପକ ଫସଲ ହାନି ହେବାସହ ହାତୀ ଓ ବନ୍ୟଜନ୍ତୁ ଶିକାର ହେବା ସହ ମୃତୁ୍ୟ ବରଣ କରିବା କିମ୍ବା ଜଙ୍ଗଲଜାତ ଦ୍ରବ୍ୟ ଚୋରି ରୋକିବାରେ ବିଫଳ ହେଉଛି ପ୍ରଶାସନ । ତେବେ ହିନେ୍ଦାଳ ବନବିଭାଗ  ଘଟଣା ସ୍ଥଳକୁ ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକମାନଙ୍କୁ ନଛାଡିବାକୁ ସାମ୍ବାଦିକ ମହଲ ଓ ବୁଦ୍ଧିଜୀବୀ ମହଲରେ ନାପସନ୍ଦ ସହ ନିନ୍ଦା କରାଯାଇଛି ।