ହିମାଂଶୁଙ୍କୁ ବେଷ୍ଟ ମେକ୍ଅପ ଆର୍ଟିଷ୍ଟ ଆୱାର୍ଡ


ବ୍ରହ୍ମବରଦା,: କଟକରେ ଚମକିଛନ୍ତି ଗାଁ ପୁଅ ହିମାଂଶୁ ବେହେରା । ଯୁବ ପ୍ରତିଭା ଭାବେ ବେଷ୍ଟ ମେକଅପ ଆଟିଷ୍ଟ ଆୱାର୍ଡ ଜିତି ସେ ସମଗ୍ର ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି । ସେ ନୂଆଦିଲ୍ଲୀ ସ୍ଥିତ ୱାର୍ଲ୍ଡ ଚାରିଟି ୱେଲ୍ଫେଆର ଫାଉଣ୍ଡେସନ ପକ୍ଷରୁ କଟକର ଶତାବ୍ଦୀ ଭବନଠାରେ ଆୟୋଜିତ ଜାତୀୟ ସ୍ତରୀୟ ପୁରସ୍କାର ବିତରଣୀ ଉତ୍ସବରେ କୃତିତ୍ୱ ହାସଲ କରିଛନ୍ତି । ଅତିଥି ଭାବେ କଟକ ସଦର ବିଧାୟକ  ପ୍ରସାଦ ଚନ୍ଦ୍ର ସେଠୀ ଓ ୱାର୍ଲ୍ଡ ଚାରିଟି ୱେଲଫେଆର ଫାଉଣ୍ଡେସନର ଡିରେକ୍ଟର ଅମର କୁମାର ବାଗଙ୍କ ଉପସ୍ଥିତିରେ ତାଙ୍କୁ ସମ୍ମାନିତ କରାଯାଇଛି । ଚ୍ୟାରିଟି ପକ୍ଷରୁ ତାଙ୍କୁ ପୁରସ୍କାର ସ୍ୱରୂପ ମାନପତ୍ର, ଉତ୍ତରୀୟ, ମେଡାଲ ଓ ଟ୍ରଫି ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା । ହିମାଂଶୁଙ୍କ ଘର ରସୁଲପୁର ବ୍ଲକ ଅଧିନ ମହେଶ୍ୱରପୁର ପଞ୍ଚାୟତ ହୋଇଥିବା ବେଳେ ସମଗ୍ର ଯାଜପୁର ଜିଲାରେ ଏକମାତ୍ର ବେଷ୍ଟ ମେକଅପ ଆଟିଷ୍ଟ ଭାବେ ଏହି ଆୱାର୍ଡ ଜିତି ସମଗ୍ର ବ୍ରହ୍ମବରଦା ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି । ହିମାଂଶୁ ଏହାର ଶ୍ରେୟ ନିଜ ବାପା ଦୋଳଗୋବିନ୍ଦ ବେହେରା ଓ ମାତା ମୀନତିଙ୍କୁ ଦେଇଛନ୍ତି ।