ମଧୁବନ ମେଡ଼ିକାଲକୁ କାୟାକଳ୍ପ ପୁରସ୍କାର

 କୁଆଖିଆ, : ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଓ ପରିଚାଳନା ନିମିତ ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଜାତୀୟ କ୍ୱାଲିଟ୍ ଆସେସମେଣ୍ଟ ଟେଷ୍ଟ ସାର୍ଟିଫିକେଟ ପ୍ରଦାନ କରାଯାଇଛି । ଯାଜପୁର ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ କାୟାକଳ୍ପ ଉସôବରେ ଜିଲାପାଳ ପି.ଅନ୍ୱେଷା ରେଡ୍ଡୀ ଅଧ୍ୟକ୍ଷତା କରିଥିଲେ । ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ୟରୁ ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଜାତୀୟ କ୍ୱାଲିଟ୍ ଆସେସମେଣ୍ଟକାୟାକଳ୍ପ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲା । ଏଥି ସହିତ ମଧୁବନ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ୫ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ବନ୍ଧଡିହ, ନରସିଂହପୁର, ବାହାଦଲାପୁର, କଲଣ ପରି ଆରୋଗ୍ୟ ମନ୍ଦିର ଗୁଡିକୁ ଏନ୍.କ୍ୱାସ୍ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା ବେଳେ ବ୍ରାହ୍ମଣ ନରସିଂହପୁର, ମିର୍ଜାପୁର, ବଡ଼କଇଁଚି, ରମ୍ପେଇ, ରସୁଲପୁର ,ଏକତଳା, ଯୋକଡିଆ, ନଠୁଆବର,ଶୁକଦେଇପୁର, ବାରବାଟୀ, କଲଣ, ବାମଦେଇପୁର, କରଞ୍ଜିଆରୀ, ବାହାଦଲାପୁର, ପ୍ରଥମାଖଣ୍ଡ, କରଜଙ୍ଗା, ମଙ୍ଗରାଜପୁର ପ୍ରଭୃତି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଗୁଡିକୁ ଜିଲ୍ଲାପାଳ ପ୍ରମାଣପତ୍ର ପ୍ରଦାନ କରିଥିଲେ । ଉସôବରେ ମଧୁବନ ଗୋଷ୍ଠୀ କେନ୍ଦ୍ରର ମୁଖ୍ୟ ଚିକିସôାଧିକାରୀ ଡକ୍ଟର ରଶ୍ମିରଞ୍ଜନ ପଶାୟତ, ବିପିଏମ୍ ଜ୍ୟୋସ୍ନାମୟୀ ସାହୁ, ବିପିଏମ୍ ଯାଜ୍ଞସେନୀ ମୁଦୁଲି, ବାମ୍ ମଧୁସୂଦନ ଦାଶ, ନର୍ସିଂଅଫିସର ଶକ୍ତିମୟୀ ଶତପଥୀ ସମେତ ଗୋଷ୍ଠୀ କେନ୍ଦ୍ର ଅଧିନରେ ଥିବା ପ୍ରାଥମିକ ଓ ଆୟୁଷ୍ମାନ ମନ୍ଦିରର ସମସ୍ତ କର୍ମଚାରୀ ଉପସ୍ଥିତ ରହି ପୁରସ୍କାର ଗ୍ରହଣ କରିଥିଲେ ।