ରାଷ୍ଟ୍ରୀୟ ଲୋକ ଅଦାଲତ; ୬୨୮୯ ମାମଲାର ଫଇସଲା
ଜୟପୁର : ଜାତୀୟ ଆଇନ ସେବା ପ୍ରାଧିକରଣ ଓ ରାଜ୍ୟ ଆଇନ ସେବା ପ୍ରାଧିକରଣ ନିଦେ୍ର୍ଦଶ କ୍ରମେ କୋରାପୁଟ ଜିଲ୍ଲା ଦୌରା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧକ୍ଷ ଶ୍ରୀ ପ୍ରଦୀପ କୁମାର ମହନ୍ତଙ୍କ ତତ୍ୱାବଧାନରେ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଅଦାଲତରେ ଜିଲ୍ଲା ଜଜ କୋରାପୁଟ ପ୍ରଦୀପ କୁମାର ମହନ୍ତ, ଅତିରିକ୍ତ ଜିଲ୍ଲା ସଂଘମିତ୍ରା ଦାସ ବରିଷ୍ଠ ଦେବାନି ବିଚାରପତି ସ୍ୱୟଂ ପ୍ରକାଶ ଦାସ, ମହିଳା ଅଦାଲତ ବିଚାରପତି ଅଳକନନ୍ଦା ମହାନ୍ତି, ସଚିବ ତଥା ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତ ବିଚାରପତି ସୁମନ ଜେନା, ରେଜିଷ୍ଟାର ବିଷ୍ଣ ପ୍ରସାଦ ଦେବତା, ଉପଖଣ୍ଡ ବିଚାର ବିଭାଗୀୟ ଦଣ୍ଡାଧିକରି ସନ୍ତୋଷ କୁମାର ବାରିକ, ପ୍ରଥମ ଶ୍ରେଣୀ ବିଚାର ବିଭାଗ ଦଣ୍ଡାଧିକାରି ଅନିମେଷ ଜେନା ପ୍ରମୁଖ ଜୟପୁର ମୁଖ୍ୟାଳୟରେ ବିଭିନ୍ନ ବେଞ୍ଚରେ ଉପସ୍ଥିତ ରହି ପୃଥକ ପୃଥକ ଭାବେ କୋର୍ଟ କରି ମୋକଦ୍ଦମା ଫୈଇସଲା କରିଥିଲେ । ସେହିପରି କୋରାପୁଟ,କୋଟପ ।ଡ,ଲକ୍ଷ୍ମୀପୁର, ସେମିଲିଗୁଡା, ବୋରିଗୁମ୍ମା,ଦଶମନ୍ତପୁର ଓ ଲମତାପୁଟରେ ରହିଥିବା କୋର୍ଟ ପରିସରରେ ମଧ୍ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେଇଥିଲା । ତତ୍ ସଙ୍ଗେ ସଙ୍ଗେ କୋରାପୁଟ ଓ ଜୟପୁର ଉପଜିଲ୍ଲାପାଳ ଓ ଜିଲ୍ଲାର ସମସ୍ତ ତହସିଲଦାର, ଆଞ୍ଚଳିକ ପରିବହନ କାର୍ଯ୍ୟଳୟମାନଙ୍କ ଦ୍ୱାରା ମଧ୍ୟ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ରାଜସ୍ୱ ବିବାଦର ଫଇସଲା କରାଯାଇଥିଲା । ଏହି ରାଷ୍ଟ୍ରୀୟ ଲୋକଅଦାଲତରେ ୩୩ ଗୋଟି ମୋଟର ଦୁର୍ଘଟଣା ଜନିତ କ୍ଷତି ପୂରଣ ମାମଲାର ଫୈଇସଲା କରି ବୀମା କମ୍ପାନୀ ମାନଙ୍କୁ କ୍ଷତି ପୂରଣ ବାବଦରେ ଆଦେଶ ଦେଇ ବାଦି ମାନଙ୍କୁ ୩,୦୯,୩୬,୦୦୦ ଟଙ୍କା କ୍ଷତି ପୂରଣ ଦେବା ପାଇଁ ଧାର୍ଯ୍ୟ କରଯାଇଥିଲା । ସେହିପରି ୯ ଗୋଟି ସାଲିସ ଯୋଗ୍ୟ ଫୌଜଦାରୀ ମାମଲା,୮ ଗୋଟି ବ୍ୟାଙ୍କ ରୁଣ ମାମଲା, ୪ ଗୋଟି ବୈବାହିକ ମାମଲା ୩୯ ଗୋଟି ଦେବାନୀ ମାମଲାର ଫଇସଲା କରାଯାଇଥିଲା । ଏହା ସହିତ ୧୬ ଗୋଟି ଏନ୍ଆଇ ମାମଲାର ଫଇସଲା କରାଯାଇ ୫୨,୨୪,୨୯୧ ଟଙ୍କା ଧାର୍ଯ୍ୟ ହେଇଥିଲା । ୪୦୫ ଗୋଟି ଅନ୍ୟାନ୍ୟ ଫଉଜଦାରି ମାମଲାର ଫଇସଲା କରାଯାଇଥିଲା । ତତ୍ ସଙ୍ଗେ ସଙ୍ଗେ କୋରାପୁଟ ଓ ଜୟପୁର ଉପ-ଜିଲ୍ଲାପାଳ ଓ ଜିଲ୍ଲାର ସମସ୍ତ ତହସିଲଦାର ମାନଙ୍କ ଦ୍ୱାରା ମୋଟୋ ୫୭୮୫ରାଜସ୍ୱ ବିବାଦର ଫଇସଲା କରାଯାଇ ୫,୧୭,୭୬୬ ଟଙ୍କା ଅଦାୟ କରଯାଇଥିଲା । ଏତତ ବ୍ୟତୀତ ପ୍ରାକ ମୋକଦମା ସ୍ତରରେ ବିଭିନ୍ନ ବ୍ୟାଙ୍କ ଦ୍ୱାରା ୨୫୦ଟି ବ୍ୟାଙ୍କ ରୁଣ ମାମଲା କରାଯାଇ ୧,୮୭,୫୭,୩୨୮୭୫ ଟଙ୍କା ଧାର୍ଯ୍ୟ ହେଇଥିଲା । ୩୭ ଗୋଟି ଶ୍ରମ ବିବାଦ ମାମଲାର ଫଇସଲା କରାଯାଇ ୧୩,୦୧,୩୨,୬୮୨.୨୫ ଧାର୍ଯ୍ୟ ହେଇଥିଲା । ୨୧ ଗୋଟି ଲୋକ ଉପଯୋଗୀ ସେବା ବିବାଦ ଓ ୧୦୭ ଗୋଟି ଅନ୍ୟାନ୍ୟ ମାମଲା ଯେପରି ପରିବହନ, ଜମିଜୁମା ,ବୈବାହିକ ବିବାଦର ଫଇସଲା କରାଯାଇ ୨୧,୮୯,୦୭୬୭୮ ଟଙ୍କା ଧାର୍ଯ୍ୟ କରଯାଇଥିଲା । ଏହିପରି ଭାବେ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାକ୍ ମକଦ୍ଦମା ମାମଲା ୨୦୬୫ ରୁ ୪୧୫ ଟି ମାମଲା ସମାଧାନ କରାଯାଇ ୧୫,୧୦,୮୮,୦୮୭୭୮ ଟଙ୍କା ଆଦାୟ କରାଗଲା । ସେହିପରି ବିଚାରଧିନ ମାମଲା ୬୯୪୭ ରୁ ୬୨୮୯ ମାମଲାର ବିଚାର ହୋଇ ୩,୭୪,୦୪,୩୨୧ ଟଙ୍କା ଧାର୍ଯ୍ୟ ହୋଇଥିଲା । ଗତ ବର୍ଷ ଚତୁର୍ଥ ରାଷ୍ଟ୍ରିୟ ଲୋକ ଅଦାଲତ ୨୦୨୪ ତୁଲନାରେ ଏହି ବର୍ଷ ପ୍ରଥମ ରାଷ୍ଟ୍ରୟ ଲୋକ ଅଦାଲତ ୨୦୨୫ ରେ ବହୁତ ପରିମାଣରେ ଫଇସଲା ହେଇଛି ।