୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ

 କପ୍ତିପଦା : ରୋଗୀ ଛାଡି ଫେରୁଥିଲା ଆମ୍ବୁଲାନ୍ସ । ହେଲେ ପୋଲ ଉପରୁ ୬୦ ଫୁଟ ତଳକୁ ଖସୁ ଖସୁ ଗଛରେ ବାଡେଇ ହୋଇ ଝୁଲି ରହିଲା ଆମ୍ବୁଲାନ୍ସ । କପ୍ତିପଦା ଥାନା ସୋନ ପୋଲରେ ଘଟିଛି ଏଭଳି ଘଟଣା । ଉଦଳା ଥାନା ଶ୍ରୀଦାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ୧୦୮ଆମ୍ବୁଲାନ୍ସ କୁଆମରା ଅଞ୍ଚଳରୁ ରୋଗୀ ନେଇ ବାଲେଶ୍ୱର ଜିଲ୍ଲା ଚିକିତ୍ସାଳୟକୁ ଯାଇଥିଲେ । ରାତି ୨ଟାରେ ବାଲେଶ୍ୱରରେ ରୋଗୀଙ୍କୁ ଛାଡି ନୀଳଗିରି -କପ୍ତିପଦା ହୋଇ ଶ୍ରୀଦାମଚନ୍ଦ୍ରପୁର ଫେରୁଥିବା ବେଳେ ଶୁକ୍ରବାର ଭୋର ପ୍ରାୟ ସାଢେ ୫ଟା ସମୟରେ ଭାରସାମ୍ୟ ହରାଇ ସୋନ ପୋଲରୁ ତଳକୁ ଖସିଯାଇଥିଲା ଆମ୍ବୁଲାନ୍ସ । ସୌଭାଗ୍ୟବଶତଃ ଆମ୍ବୁଲାନ୍ସଟି ପୋଲରୁ ୬୦ଫୁଟ ତଳକୁ ଖସୁଥିବାବେଳେ ଏକ ବଡ଼ ଗଛରେ ବାଡେଇ ହୋଇ ଅଟକିବା ସହିତ ଝୁଲି ରହିଥିଲା ଆମ୍ବୁଲାନ୍ସ । ଯାହାକି ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ଆମ୍ବୁଲାନ୍ସ ୩ କର୍ମଚାରୀ । ଆମ୍ବୁଲାନ୍ସରେ କେବଳ ଡ୍ରାଇଭର ମଙ୍ଗଲ ଚରଣ ସିଂ, ହେଲପର ହେମନ୍ତ ମହାନ୍ତ ଏବଂ ଫାର୍ମାସିଷ୍ଟ ରବୀନ୍ଦ୍ର ମହାନ୍ତ ରହିଥିବାବେଳେ କାହାରି କୌଣସି କ୍ଷତି ହୋଇଥିବା ଜଣାପଡିଛି ।